ନୂଆଦିଲ୍ଲୀ: ଗୁଜରାଟର ତଲାଲା ବିଧାନସଭା ନିର୍ବାଚନମଣ୍ଡଳୀକୁ ଖାଲି ଘୋଷଣା କରି ସେଠାରେ ଲୋକସଭା ନିର୍ବାଚନ ସମୟରେ ବିଧାନସଭା ପାଇଁ ଉପ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଲାଗୁ କରିଛନ୍ତି। ଗତ ମାର୍ଚ୍ଚ ୭ତାରିଖରେ ବରାଦଙ୍କ ଦୋଷୀସାବ୍ୟସ୍ତ କରଣ ଉପରେ ଏକ ସେସନ୍ସ କୋର୍ଟ ସ୍ଥଗିତାଦେଶ ଲାଗୁ କରିଥିବା ସତ୍ୱେ ନିର୍ବାଚନ କମିଶନ ସେହି ଆସନକୁ ଖାଲି ଘୋଷଣା କରି ସେଠାରେ ଉପନିର୍ବାଚନ କରିବାକୁ କିଭଳି ବିଜ୍ଞପ୍ତି ଜାରି କରିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପୂର୍ବତନ କଂଗ୍ରେସ ବିଧାୟକ ବି.ଡି. ବରାଦଙ୍କ ଆବେଦନ ଉପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ନିର୍ବାଚନ କମିଶନଙ୍କୁ ବିଜ୍ଞପ୍ତି ଜାରି କରିଛନ୍ତି।
Popular Categories


