www.samajalive.in
Saturday, December 6, 2025
26.1 C
Bhubaneswar

ଅନ୍ତିମ ସଂସ୍କାରରୁ ବ୍ୟାପିଲା କରୋନା; ୨୦ ସଂକ୍ରମିତ

ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ପ୍ରାୟ ୨୦ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଣୋ କରାଯାଇଛି । ଘଟଣାଟି ଘଟିଛି ବିହାରର ବିହଟା ନାମକ ସ୍ଥାନରେ । ଏହି ଅଞ୍ଚଳରେ ରାଜକୁମାର ଗୁପ୍ତା ନାମକ ଜଣେ ବ୍ୟକ୍ତି ଗତ ୧୦ ତାରିଖରେ ମୃତ୍ୟୁବରଣ କରିଥିଲେ । ଏକ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ରାଜକୁମାର କରୋନା ସଂକ୍ରମିତ ହୋଇ ନ ଥିଲେ । ସ୍ବାଭାବିକ ଭାବରେ ତାଙ୍କ ଅନ୍ତିମ ସଂସ୍କାରରେ ୨୦ ଜଣ ଲୋକ ଯୋଗ ଦେବା କଥା । ମାତ୍ର ଏହି ସଂଖ୍ୟା ୩୭ ଯାଏ ପହଞ୍ଚି ଯାଇଥିଲା । ମାତ୍ର ଏହାପରେ କୌଣସି କାରଣରୁ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ରାଜକୁମାରଙ୍କ ୨ ସମ୍ପର୍କୀୟଙ୍କ କରୋନା ପରୀକ୍ଷା କରାଯାଇଥିଲା ଓ ତାହା ପଜିଟିଭ୍ ଥିବା ଜଣାପଡ଼ିଥିଲା । ଏହାପରେ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ସମସ୍ତଙ୍କ ନମୁନା ପରୀକ୍ଷା ଲାଗି ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories