www.samajalive.in
Monday, December 8, 2025
27.1 C
Bhubaneswar

ମଦ ପିଇବା ବାରଣ କାଳ ହେଲା : ବାର କର୍ମଚାରୀଙ୍କୁ ଛୁରିଭୁଷି ହତ୍ୟା

ଖୋର୍ଦ୍ଧା : କୋଭିଡ ନିୟମ ପାଳନ କରି ମଦ ପିଇବାକୁ ବାରଣ କରିବା ଜଣେ ବାର କର୍ମଚାରୀଙ୍କ ମୃତ୍ୟୁର କାରଣ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ସଂଘବଦ୍ଧ ଆକ୍ରମଣରେ ଜାତୀୟ ରାଜପଥ ୧୬କଡରେ ଥିବା ଏକ ବାର କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଖୋର୍ଦ୍ଧା ପୌରାଞ୍ଚଳ ଉପର ସାହି ଅଜୟ ବାରିକ ବୋଲି ଜଣାପଡିଛି। ଖବର ପାଇ ଖୋର୍ଦ୍ଧା ଏସପି, ଏସଡିପିଓ, ଆଦର୍ଶ ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଆକ୍ରମଣକାରୀଙ୍କୁ ଚିହ୍ନଟ ପାଇଁ ପୁଲିସ ସିସି ଟିଭି ଯାଞ୍ଚ କରୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଜାତୀୟ ରାଜପଥ କଡ଼ରେ ଥିବା ଏକ ବାରରେ ଉପର ସାହିର ଅଜୟ ବାରିକ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି। ଆଜି ଅପରାହ୍ନରେ କିଛି ଯୁବକ ଉକ୍ତ ବାରକୁ ମଦ ପିଇବା ଲାଗି ଏକ ଦାମୀ କାରରେ ଆସିଥିଲେ। ମାତ୍ର କୋଭିଡ ୧୯ନିୟମକୁ ଅନୁପାଳନ କରି ଯୁବକଙ୍କୁ ମଦ ପିଇବା ପାଇଁ ଅଜୟଙ୍କ ସମେତ ବାର କର୍ମଚାରୀମାନେ ବାରଣ କରିଥିଲେ। ଫଳରେ ଯୁବକମାନେ ସେଠାରୁ ପଳାଇଯାଇଥିଲେ। ପୁନର୍ବାର ପ୍ରାୟ ସାଢ଼େ ୫ଟା ସମୟରେ ବାର ନିକଟକୁ ଆସି କାହିଁକି ମଦ ପିଇବାକୁ ବାରଣ କରାଗଲା ବୋଲି ଡ୍ୟୁଟିରେ ଥିବା ଅଜୟଙ୍କୁ ଗାଳିଗୁଲଜ କରିଥିଲେ। ଅଜୟ କିଛି କହିବା ପୂର୍ବରୁ ଯୁବକମାନେ ସଂଘବଦ୍ଧ ଭାବେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଅଜୟଙ୍କ ମୁଣ୍ଡର ତିନିରୁ ୪ଟି ସ୍ଥାନରେ ଗଭୀର କ୍ଷତ ହୋଇଥିଲା। ଏହାଛଡା ବେକ, ପେଟ, ଛାତି ଓ ପିଠିର ଏକାଧିକ ସ୍ଥାନରେ ଭୁଜାଲି ଚୋଟ ବସିଥିଲା। ଏହାପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଅନ୍ୟ କର୍ମଚାରୀମାନେ ଅଜୟଙ୍କୁ ତୁରନ୍ତ ହସପିଟାଲ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅଜୟ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ମୃତ୍ୟୁ ପରେ ତାଙ୍କ ପରିବାର ଏବେ ଅସହାୟ ହୋଇପଡିଛନ୍ତି। ଏସପି ଅଜେୟ ପ୍ରତାପ ସ୍ବାଇଁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ପକ୍ଷରୁ ଏ ନେଇ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories