www.samajalive.in
Saturday, December 6, 2025
16.1 C
Bhubaneswar

ଝାଡ଼ୁଦାର ଚାକିରି ଠକେଇ: ୨୦ ଅଟକ, ଆଉ ୧୩ ଲକ୍ଷ ଜବତ

ସମାଜଲାଇଭ ଡେସ୍କ: ସମ୍ବଲପୁର ଜବ୍ ଫ୍ରଡ୍ କେସ୍ ବା ଚାକିରି ପାଇଁ ଠକେଇ ମାମଲାରେ ପୁଲିସ ୨୦ ଜଣଙ୍କୁ ଅଟକ ରଖିଛି। ଏହା ସହିତ ସେମାନଙ୍କଠାରୁ ୧୩ ଲକ୍ଷ ଟଙ୍କା ଜବତ କରିଛି। ଏହି ଅଭିଯୁକ୍ତମାନେ ଠକେଇରେ ସାମିଲ ହୋଇଥିବା ପୁଲିସ ସନ୍ଦେହ କରୁଛି।

ନିକଟରେ ଝାଡ଼ୁଦାର ପଦବୀରେ ଚାକିରି କରାଇଦେବା ନାଁରେ ଅଭିଯୁକ୍ତମାନେ ୬୦୦ରୁ ଅଧିକ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିଲେ। ଏହି ଘଟଣାରେ ପୂର୍ବରୁ ପୁଲିସ ୨ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୬୨ ଲକ୍ଷ ଟଙ୍କା ଜବତ କରିଥିଲା। ଘଟଣାରେ ସମ୍ପୃକ୍ତ ସ୍ଵର୍ଣ୍ଣପ୍ରଭା ପାଢ଼ୀ ନାମ୍ନୀ ମହିଳା ଚାପଗ୍ରସ୍ତ ହେବା ପରେ ବିଷ ପିଇ ଆତ୍ମହତ୍ୟା କରିସାରିଛନ୍ତି। ଠକେଇର ଶିକାର ହୋଇଥିବା ଲୋକମାନେ ସ୍ଵର୍ଣ୍ଣପ୍ରଭାଙ୍କ ଘର ଆଗରେ ହୋହଲ୍ଲା କରିବା ସହିତ ଟଙ୍କା ଫେରସ୍ତ ମାଗିଥିଲେ। ଏସବୁ ଚାପ ସହି ନ ପାରି ସ୍ଵର୍ଣ୍ଣପ୍ରଭା ବିଷ ପିଇ ଦେଇଥିଲେ। ଗତ ସୋମବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories