www.samajalive.in
Sunday, December 14, 2025
23.1 C
Bhubaneswar

ମନ୍ତ୍ରୀଙ୍କ ସହ ଯାଇଥିବା ମହିଳାମାନେ କିଏ?

ଭୁବନେଶ୍ୱର :ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପ୍ରାଣିଗ୍ରାହୀ ଏକ ସରକାରୀ କାର୍ୟ୍ୟକ୍ରମ ବେଳେ ଦୁଇ ଜଣ ମହିଳାଙ୍କୁ ବିମାନ ଭଡ଼ା ଦେଇ ସାଥୀରେ ନେଇ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଏକ ପଞ୍ଚତାରକା ହୋଟେଲରେ ବି ମନ୍ତ୍ରୀଙ୍କ ସହିତ ସେହି ମହିଳାମାନେ ରହିଥିଲେ। ଯାହାର ଦେୟ ସରକାରଙ୍କ ତହବିଲରୁ ଯାଇଛି। ଏହି ଦୁଇ ମହିଳାଙ୍କ ଖର୍ଚ୍ଚ ସରକାର ବହନ କରିବା କେଉଁ ସ୍ବଚ୍ଛତାର ପ୍ରତୀକ ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ପର୍ୟ୍ୟଟନ ମନ୍ତ୍ରୀଙ୍କ ସହ ଯାଇଥିବା ମହିଳାମାନେ କିଏ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ଅକ୍ଟୋବର ୪ରେ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ସହ ପର୍ୟ୍ୟଟନ ବିକାଶରେ ଯାଇଥିବା ସେହି ଦୁଇ ଜଣ ମହିଳାଙ୍କର କ’ଣ ଭୂମିକା ରହିଛି ? କାହିଁକି ଏବଂ କେଉଁ ଉଦ୍ଦେଶ୍ୟ ନେଇ ତାଙ୍କୁ ହାଇଦ୍ରାବାଦ ପଠାଯାଇଥିଲା ତାହା ପର୍ୟ୍ୟଟନ ବିଭାଗ ସ୍ପଷ୍ଟ କରୁ। ସେହି ମହିଳାମାନେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଅତିଥି ଥିଲେ ନା ପର୍ୟ୍ୟଟନ ବିଭାଗର ସରକାରୀ କାମରେ ଯାଇଥିଲେ ତାହା ପର୍ୟ୍ୟଟନ ବିଭାଗ ସ୍ପଷ୍ଟ କରୁ। ଯଦି ପର୍ୟ୍ୟଟନ ବିଭାଗର ସେମାନେ ଅତିଥି ତା’ହେଲେ ପର୍ୟ୍ୟଟନ ବିଷୟରେ ତାଙ୍କର କ’ଣ ଜ୍ଞାନ ଅଛି ତାହା ରାଜ୍ୟବାସୀ ଜାଣିବା ଦରକାର। ଯଦି ସେମାନେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଅତିଥି ତା’ହେଲେ ମନ୍ତ୍ରୀ ତାଙ୍କୁ କାହିଁକି ସରକାରୀ ଅର୍ଥରେ ନେଲେ ?ରାଜ୍ୟରେ ପର୍ୟ୍ୟଟନ ବିଭାଗର କୌଣସି ବିକାଶ ହୋଇନାହିଁ। କିନ୍ତୁ ଅନ୍ୟପଟେ ମନ୍ତ୍ରୀ ସରକାରୀ ଅର୍ଥରେ ମଉଜ ମଜଲିସ କରିଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ୫-ଟି କଥା କହୁଥିବାବେଳେ ପର୍ୟ୍ୟଟନ ମନ୍ତ୍ରୀ କେଉଁ ‘ଟି’ ଦ୍ୱାରା ଏହି ୨ ଜଣ ମହିଳାଙ୍କୁ ସାଙ୍ଗରେ ନେଇଯାଇଥିଲେ। ଓଡିଶାରେ ପର୍ୟ୍ୟଟନର ଅପାର ସୁଯୋଗ ଥିବା ସତ୍ତ୍ବେ ପର୍ୟ୍ୟଟନ ବିଭାଗ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି।

ଅନ୍ୟ ପକ୍ଷରେ ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀଙ୍କ ବ୍ୟତୀତ ତାଙ୍କ ସହିତ ଯାଇଥିବା ଅନ୍ୟମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଟଙ୍କାଟିଏ ଖର୍ଚ୍ଚ ହୋଇନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ କହିଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories