www.samajalive.in
Saturday, December 6, 2025
16.1 C
Bhubaneswar

ରାଜ୍ୟରେ ବଦଳିପାରେ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତ – ଡିଏମଇଟି

ଭୁବନେଶ୍ୱର : ରାଜ୍ୟରେ ବଦଳିପାରେ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି। ଏନେଇ ଆଜି ଡିଏମଇଟି ଡା. ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବ ସ୍ଥିତି ଦେଖି ସରକାର ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ଓମିକ୍ରନର ବୃଦ୍ଧି ନଥିବା ସହ ସଂକ୍ରମଣ ବଢିନଥିଲା। ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ନିଷ୍ପତ୍ତି ବଦଳିପାରେ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଓ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟ ସରକାର ଠିକ ସମୟରେ ଠିକ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଡିଏମଇଟି କହିଛନ୍ତି।
ଗତକାଲି ଆସନ୍ତା ଜାନୁଆରୀ ୩ ରୁ  ପ୍ରାଥମିକ ବିଦ୍ୟାଳୟ ଖୋଲା  ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସକାଳ ୯ଟା ରୁ ଦିନ ୧୨ ଯାଏଁ  ପିଲାଙ୍କ ପାଠ ପଢା ପାଇଁ ସମୟ ନିର୍ଦ୍ଧାରିତ ହୋଇ ଥିବା ବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲା ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୨୯ ଓ ସ୍ଥାନୀୟ ସଂକ୍ରମିତ ୯୨ ଜଣ ରହିଛନ୍ତି । ରାଜ୍ୟରେ ଆଉ ଜଣେ ବ୍ୟକ୍ତି କୋଭିଡ-୧୯ର ଓମିକ୍ରନ ପ୍ରକରଣରେ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧିପାଇଛି। ଏହି ବ୍ୟକ୍ତିଜଣ ସଂଯୁକ୍ତ ଆରବ ଏମିରେଟସରୁ ଫେରିଥିଲେ। ତାଙ୍କ ଘର କେନ୍ଦୁଝର ଜିଲାରେ ବୋଲି ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ ପକ୍ଷରୁ କୁହାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories