www.samajalive.in
Sunday, December 7, 2025
26.1 C
Bhubaneswar

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୮୨କୁ ବୃଦ୍ଧି; ଦିଲ୍ଲୀରେ ସର୍ବାଧିକ ୨୩୮

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ କୋଭିଡ ରୋଗୀଙ୍କ ସଂଖ୍ୟା ୭୮୨କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୨୩୮ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୬୭ ଓ ଗୁଜରାଟରେ ୭୩ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହିତ କେରଳ ୬୫, ତେଲେଙ୍ଗାନା ୬୨, ରାଜସ୍ଥାନ ୪୬, କର୍ଣ୍ଣାଟକ ୩୪, ତାମିଲନାଡୁ ୩୪, ହରିଆଣା ୧୨, ପଶ୍ଚିମବଙ୍ଗ ୧୧ ଓ ମଧ୍ୟପ୍ରଦେଶରେ ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଓଡ଼ିଶାରେ ୯, ଆନ୍ଧ୍ରପ୍ରଦେଶ ୬, ଉତ୍ତରାଖଣ୍ଡ ୪, ଚଣ୍ଡିଗଡ ୩, ଜମ୍ମୁ କାଶ୍ମୀର ୩, ଉତ୍ତରପ୍ରଦେଶ ୨, ଗୋଆ, ହିମାଚଳପ୍ରଦେଶ, ଲଦାଖ ଓ ମଣିପୁର ପ୍ରତ୍ୟେକରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୧ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ଆମେରିକା ଦୈନିକ ସଂକ୍ରମଣରେ ପୂର୍ବର ସମସ୍ତ ରେକର୍ଡକୁ ଟପିଯାଇଛି । ଦେଶରେ ଦିନକ ମଧ୍ୟରେ ୪୪୧,୨୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଡିସେମ୍ବର ୨୦ ତାରିଖରେ ଆମେରିକାରେ ଦିନ ମଧ୍ୟରେ ୨୯୦,୦୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ଚିହ୍ନଟ ସଂଖ୍ୟା ତାହାଠାରୁ ଢେର ଅଧିକ ରହିଛି । ଗତ ସାତଦିନ ମଧ୍ୟରେ ଦେଶରେ ଦୈନିକ ହାରାହାରି ୨୪୦,୦୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । କୋଭିଡ ମହାମାରୀ ବ୍ୟାପିବା ଦିନଠାରୁ ଆମେରିକାରେ ଏପର୍ଯ୍ୟନ୍ତ ମୋଟ ୭.୫ ନିୟୁତରୁ ଅଧିକ ପିଲା କରୋନାରେ ଆକ୍ରାନ୍ତ ହେଲେଣି । ଅର୍ଥାତ ସେହି ଦେଶରେ ପ୍ରତି ୧୦ ଜଣରେ ଜଣେ ପିଲା କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।
ଅଷ୍ଟ୍ରେଲିଆରେ ଓମିକ୍ରନ ସଂକ୍ରମଣ ବିସ୍ପୋରକ ସ୍ଥିତିରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଦେଶର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଜରୁରୀ କ୍ୟାବିନେଟ ବୈଠକ ଡକାଇ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ନିୟୁ ସାଉଥ ୱେଲ୍ସର କିଛି ଭାଗ ଏବଂ ସିଡନିରେ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାରକୁ ବୃଦ୍ଧି ପାଇଛି । ପୂର୍ବଦିନ ତୁଳନାରେ ଏହା ୬ହଜାର ଅଧିକ । ସେହିଭଳି ଭିକ୍ଟୋରିଆରେ ୩୭୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ପୂର୍ବଦିନ ତୁଳନାରେ ୧ହଜାର ଅଧିକ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories