www.samajalive.in
Saturday, December 6, 2025
26.1 C
Bhubaneswar

ତିନି ମୋବାଇଲ ଚୋର ଗିରଫ

ରେଙ୍ଗାଲିକେମ୍ପ : ଅତାବିରା ପୁଲିସ ହାତରେ ଧରାପଡ଼ିଛନ୍ତି ତିନିଜଣ ମୋବାଇଲ ଚୋର। ପୁଲିସ ସୂତ୍ରରୁ ଜଣା ପଡ଼ିଛି , ଗତ ଡିସେମ୍ବର ୩୦ ତାରିଖ ସନ୍ଧ୍ୟା ୫ଟା ୧୫ ମିନିଟ ସମୟରେ ଅତାବିରା ବ୍ଲକ ଲଚିଦା ( ଦର୍ଲିପାଲି)ର ଧରିଣୀଧର ଜାନି (୧୮) ତାଙ୍କ ବନ୍ଧୁ ମାନସ ଭୋଇଙ୍କ ସହ ଘରକୁ ଫେରୁଥିଲେ। ବରଗଡ଼ ମୁଖ୍ୟ କେନାଲ ଲଚିଦା ଛକ ଠାରେ ତିନିଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍ ରେ ଆସି ହଠାତ୍ ତାଙ୍କୁ ଛୁରୀ ଦେଖାଇ ଧମକ ଚମକ ଦେଇ ତାଙ୍କ ପାଖରେ ଥିବା ମୋବାଇଲକୁ ଛଡାଇ ନେଇ ଫେରାର ମାରିଥିଲେ। ଏ ନେଇ ସେମାନେ ଅତାବିରା ଥାନାରେ ତା ୩୧ /୧୨ /୨୧ ରିଖ ଦିନ ସନ୍ଧ୍ୟା ୬ ଟା ୪୦ ମିନିଟ ରେ ଏକ ଲିଖିତ ଅଭିଯୋଗ କରିଥିଲେ। ବରଗଡ଼ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ଅନିଲ ପ୍ରଧାନ, ଏସ ଆଇ ଯାଦବ ବାଗ, ଏ ଏସ ଆଇ ଟି କେ ସେନାପତି , କନଷ୍ଟେବଳ ଏସ ସାହୁ ଏକ ସ୍ଵତନ୍ତ୍ର ଦଳ ଗଠନ କରି ଏହାର ତଦନ୍ତ ଆରମ୍ଭ କରିଥିଲେ।  ସେମାନଙ୍କ ମଧ୍ୟରୁ ଜଣକୁ ବରଗଡ଼ ଅଭିନନ୍ଦନ ହୋଟେଲ ଭିତରେ, ଜଣକୁ ବିଶି କଲୋନୀ ଓ ତୃତୀୟ ଜଣକୁ ଏକାମ୍ର ଛକ ଠାରେ ପୁଲିସ ଗିରଫ କରିଛି। ସେମାନେ ହେଲେ ଏକାମ୍ର ଛକ ବରଗଡ଼ ର ଦୀପକ ବାରିକ୍ (୩୧), ଭେଡେନ ର ପ୍ରଶାନ୍ତ ସାହୁ ଓରଫ ବୁଲୁ(୩୧) ଏବଂ ନଗାଁ ଲୋଇସିଂହା ର ନାରାୟଣ ସାହୁ(୨୮)। ପୁଲିସ ଏମାନଙ୍କ ପାଖରୁ ଧରଣୀଧର ଙ୍କ ମୋବାଇଲ ବ୍ୟତୀତ ପୂର୍ବରୁ ଚୋରି କରିଥିବା ଆହୁରି ସାତଟି ମୋବାଇଲ ମଧ୍ୟ ଜବତ କରିଛି। ଏମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories