www.samajalive.in
Wednesday, December 10, 2025
26.1 C
Bhubaneswar

ଦେଶର ଶ୍ରେଷ୍ଠ ୧୦ରେ ଓଡ଼ିଶାର ଦୁଇ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ବର : ଦେଶର ଶ୍ରେଷ୍ଠ ସରକାରୀ ବିଦ୍ୟାଳୟ ଓ ସରକାରୀ ବୋର୍ଡ଼ିଂ ବର୍ଗରେ ଓଡ଼ିଶାର ଦୁଇଟି ଆଦର୍ଶ ବିଦ୍ୟାଳୟ ସ୍ଥାନ ପାଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ବର୍ଗରେ ୫ମ ସ୍ଥାନରେ ଗଞ୍ଜାମର ହାତିଓତାରେ ଥିବା ଆଦର୍ଶ ବିଦ୍ୟାଳୟ ରହିଛି। ଅନ୍ୟପକ୍ଷରେ ସରକାରୀ ବୋର୍ଡ଼ିଂ ବର୍ଗରେ ବାରିପଦା ଆଦର୍ଶ ବିଦ୍ୟାଳୟ ୧୦ମ ସ୍ଥାନରେ ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ଟ୍ବିଟରରେ ସୂଚନା ଦେବା ସହିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି ଯେ ଶିକ୍ଷାରୂପକ ଜ୍ଞାନରେ ପ୍ରତି ପିଲାକୁ ସଶକ୍ତ କରିବାରେ ଆମର ମିଶନ ଜାତୀୟସ୍ତରରେ ପ୍ରଶଂସିତ ହୋଇଥିବାରୁ ଖୁବ ଖୁସି ଲାଗୁଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତା’ର ଏହି ସଫଳତା ଆଗକୁ ମଧ୍ୟ ଜାରି ରଖିବ ବୋଲି ସେ କହିଛନ୍ତି।
ଗଞ୍ଜାମ ଆଦର୍ଶ ବିଦ୍ୟାଳୟ ମୋଟ ୧୦୧୧ ସ୍କୋର କରିଥିବାବେଳେ ଦିଲ୍ଲୀର ସେକ୍ଟର ୧୦ର ରାଜକୀୟ ପ୍ରତିଭା ବିକାଶ ବିଦ୍ୟାଳୟ ୧୦୪୮ ସ୍କୋର କରି ପ୍ରଥମରେ, ଦିଲ୍ଲୀ ଯମୁନା ବିହାରର ରାଜକୀୟ ପ୍ରତିଭା ବିକାଶ ବିଦ୍ୟାଳୟ ଦ୍ବିତୀୟ ଏବଂ କୋଝିକୋଡ଼ର ଜିଭିଏଚ୍‌ଏସ୍‌ଏସ୍‌ ବିଦ୍ୟାଳୟ ତୃତୀୟରେ ରହିଛି। ସେହିପରି ସରକାରୀ ବୋର୍ଡ଼ିଂ ବର୍ଗରେ ଡେରାଡୁନର ରାଷ୍ଟ୍ରୀୟ ଇଣ୍ଡିଆନ ସାମରିକ ମହାବିଦ୍ୟାଳୟ ମୋଟ ୧୧୮୮ ନମ୍ବର ରଖି ପ୍ରଥମରେ ରହିଛି। ଦ୍ବିତୀୟରେ ବିହାର ଜାମୁଇର ସିମୁଲତଲା ଆବାସିକ ବିଦ୍ୟାଳୟ ଓ ତୃତୀୟରେ ହରିଆନା ସୋନିପତର ମୋତିଲାଲ ନେହରୁ କ୍ରୀଡ଼ା ବିଦ୍ୟାଳୟ ରହିଛି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories