www.samajalive.in
Saturday, December 6, 2025
16.1 C
Bhubaneswar

ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରେ ନିଶାସକ୍ତ ପୁଅର ଉନ୍ମତ୍ତକାଣ୍ଡ ଘଟାଇଛି । ନିଶାସକ୍ତ ଅବସ୍ଥାରେ ଶ୍ୟାମସୁନ୍ଦରପୁର ମୂଳାଗଡି ସାହିର ରବୀନ୍ଦ୍ର ପରିଡ଼ାଙ୍କ ପୁଅ ରଞ୍ଜନ ଜମିଜମାରୁ ଭାଗନେବା କଥାକୁ କେନ୍ଦ୍ରକରି ବାପା ଭାଇଙ୍କ ସହିତ ବଚସା ହୋଇଥିଲା। ଉତକ୍ଷିପ୍ତ ହୋଇ ଘରେ ଥିବା ବାଇକକୁ ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ କରିବା ସହିତ ଧାନବସ୍ତା, ଏବଂ ଗୋରୁଗୁହାଳରେ ନିଆଁ ଲଗାଇଥିଲା। ପରେ ବାପା ରବୀନ୍ଦ୍ର ଙ୍କୁ ମାଡ ମାରିବା ସହ ବଡ଼ ଭାଇ ସଞ୍ଜୟଙ୍କୁ ମଧ୍ୟ ମାଡ ମାରି କଟୁରିରେ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ସମୟରେ ଚିତ୍କାର ଶୁଣି ଗ୍ରାମବାସୀ ନିଶାସକ୍ତ ପୁଅ ଠାରୁ ବାପା ଏବଂ ଭାଇକୁ ଉଦ୍ଧାର କରିଥିଲେ।  ପୁଅକୁ ମାଡ ଦେଇ ଗ୍ରାମରେ ଥିବା ଦୁର୍ଗାମଣ୍ଡପରେ ବାନ୍ଧି ଥିଲେ। ଖବର ପାଇ ନୀଳଗିରି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛି। ସେପଟେ ନୀଳଗିରି ପୁଲିିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ମେଡିକାଲରେ ଚିକିତ୍ସା କରିବା ପରେ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories