www.samajalive.in
Monday, December 15, 2025
27.1 C
Bhubaneswar

ପୁଲିସ ଗୁଳିରେ ଟଳିଲେ ୨ ନକ୍ସଲ

ସୁକମା: ଛତିଶଗଡ଼ର ସୁକମା ଜିଲାରେ ମଙ୍ଗଳବାର ପୁଲିସ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଏଥିସହ ଘଟଣା ସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ନିହତ ଦୁଇ ନକ୍ସଲ ଜାଗରର୍ଗୁଣ୍ଡା ଏରିଆ କମିଟିର ଜନମିଲିସିଆ କ୍ୟାଡର ସୋଡି ଦେବା ଏବଂ ରବା ଦେବ ବୋଲି ଜଣାପଡିଛି। ଉଭୟଙ୍କ ମୁଣ୍ଡ ପିଛା ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଥିଲା ଏବଂ ପୁଲିସ ସେମାନଙ୍କୁ ଦୀର୍ଘ ଦିନ ଧରି ଖୋଜୁଥିଲା।

ପୁଲିସ ସୂଚନା ଅନୁଯାୟୀ, ଚିନ୍ତଗୁମ୍ଫା ଥାନା ଅନ୍ତର୍ଗତ ତାଡମେଟଲା ଓ ଦୁଲେର ଜଙ୍ଗଲରେ ଜାଗରକୋଣ୍ଡା ଏରିଆ କମିଟିର ୧୦ରୁ ୧୨ ଜଣ ସଶସ୍ତ୍ର ନକ୍ସଲ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଡିଆରଜି ଓ ସିଆରପିଏଫ ଯବାନମାନେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ସେହି ସମୟରେ ନକ୍ସଲ ଓ ଯବାନ ମୁହାମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା। ଏଥିରେ ୨ ନକ୍ସଲ ନିହତ ହୋଇଥିଲେ ଏବଂ ଅନ୍ୟ ନକ୍ସଲମାନେ ସେହି ସ୍ଥାନ ଛାଡି ପଳାଇଥିଲେ। ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

- Advertisement -

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories