www.samajalive.in
Friday, December 5, 2025
20.1 C
Bhubaneswar

ଆକାଶରେ ଉଡାଣ ଭରିଥିଲା ବିମାନ: ବାକିଥିଲା ମାତ୍ର ୨ମିନିଟର ଇନ୍ଧନ. . .

ନୂଆଦିଲ୍ଲୀ: ଅଯୋଧ୍ୟାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଖରାପ ପାଗ ଯୋଗୁଁ ବଡ ବିପଦରୁ ବର୍ତ୍ତିଯାଇଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ଇଣ୍ଡିଗୋ ବିମାନରେ ମାତ୍ର ୨ମିନିଟ୍‌‌ ଇନ୍ଧନ ବାକି ରହିଥିଲା। ଖରାପ ପାଗ ଯୋଗୁଁ ଚଣ୍ଡିଗଡରେ ଜରୁରୀ ଅବତରଣ କରିବାରୁ ସମସ୍ତ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା। ଏହି ଘଟଣା ୧୩ ଏପ୍ରିଲରେ ବିମାନ ନମ୍ବର 6E2702 ରେ ଘଟିଥିଲା। ଏନେଇ ବିମାନରେ ଥିବା ଜଣେ ଯାତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ନିଜର ଯନ୍ତ୍ରଣାଦାୟକ ଅନୁଭୂତି ସେୟାର କରିଛନ୍ତି। ଏହି ପୋଷ୍ଟ ଅନୁସାରେ ବିମାନଟି ଅଯୋଧ୍ୟାରୁ ଅପରାହ୍ନ ୩:୨୫ମିନିଟରେ ଉଡାଣ ଭରି ଦିଲ୍ଲୀ ବିମାନବନ୍ଦରରେ ଅପରାହ୍ନ ୪:୩୦ ମିନିଟରେ ଅବତରଣ କରିବାର ଥିଲା। ହେଲେ ଅପରାହ୍ନ ୪ଟା ସମୟରେ ଦିଲ୍ଲୀରେ ଖରାପ ପାଗ ଯୋଗୁ ପାଇଲଟ୍‌‌ ଅବତରଣ କରିବାରେ ବିଳମ୍ବ ହେବ ବୋଲି ଘୋଷଣା କରିଥିଲେ। ଏହାସହିତ ବିମାନରେ ୪୫ମିନିଟ ଇନ୍ଧନ ଥିବା ଯାତ୍ରୀଙ୍କୁ ନିଶ୍ଚିତ କରାଇଥିଲେ। ଏହାପରେ ଇନ୍ଧିରା ଗାନ୍ଧୀ ବିମାନ ବନ୍ଦରରେ ଦୁଇ ଦୁଇ ଥର ଅବତରଣ କରିବାକୁ ଚେଷ୍ଟା କରିଥିଲେ ପାଇଲଟ୍‌‌। କିନ୍ତୁ ଖରାପ ପାଗ ଯୋଗ ତାହା ସମ୍ଭବ ହୋଇନଥିଲା।

ଏଭଳି ଭାବେ ବହୁ ସମୟ ନଷ୍ଟ ହୋଇଥିଲା। ଦୁଇ ଥର ଉଦ୍ୟମ ପରେ ବିମାନର ଗତିପଥ ଚଣ୍ଡିଗଡ ବିମାନବନ୍ଦର ଆଡକୁ ବଦଳାଇବାକୁ ଘୋଷଣା କରାଯାଇଥିଲା। ଏହାପରେ ବିମାନଟି ସନ୍ଧ୍ୟା ୬:୨୫ମିନିଟରେ ଚଣ୍ଡିଗଡ ବିମାନବନ୍ଦରରେ ସଫଳ ଭାବେ ଅବତରଣ କରିଥିଲା। ହେଲେ ସେତେବେଳକୁ ସମସ୍ତ ଯାତ୍ରୀ ଓ ବିମାନର କର୍ମଚାରୀ ଭୟଭୀତ ହୋଇଥିଲେ। ଯାତ୍ରୀ ଜଣଙ୍କ କହିଛନ୍ତି ଯେ ଅବତରଣ ପରେ କ୍ରୁ ମେମ୍ବରଙ୍କ ଠାରୁ ଆମେ ଜାଣିବାକୁ ପାଇଥିଲେ ଯେ ବିମାନରେ ମାତ୍ର ୧ ମିନିଟ କିମ୍ବା ୨ମିନିଟର ଇନ୍ଧନ ବାକି ଥିଲା। ସମସ୍ତ ଏସଓପି ଅନୁସରଣ ହୋଇଥିଲା ନା ନାହିଁ ଏଦିଗରେ ଡିଜିସିଏ କଣ ପଦକ୍ଷେପ ନେବ ବୋଲି ପ୍ରଶ୍ନ କରିଛନ୍ତି ଯାତ୍ରୀ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories