www.samajalive.in
Monday, December 8, 2025
16.1 C
Bhubaneswar

୨ ଆନ୍ତଃରାଜ୍ୟ ଅପରାଧି ଗିରଫ, କାର ସମେତ ୫ ବାଇକ ଜବତ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି ଓ ରାହାଜାନି ସହ କାର ଓ ବାଇକ୍‌‌ ଚୋରି କରି ଆସୁଥିବା ୨ ଆନ୍ତଃରାଜ୍ୟ ଅପରାଧିଙ୍କୁ ଟାଉନ ଥାନା ପୁଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ଝାଡ଼ଖଣ୍ଡର ଗିରିଡିହି ଜିଲା ଆହିଲ୍ୟପୁର ଥାନା ଲଖନପୁର ଗ୍ରାମର ମହମ୍ମଦ ସଲାହୁଦ୍ଦିନ(୩୧) ଓ ବଭଣ୍ଡିହା ଗ୍ରାମର ମହମ୍ମଦ ତାଜୁଦ୍ଦିନ(୨୧) ବୋଲି ଜଣାପଡ଼ିଛି। କେନ୍ଦୁଝର ସଦର ଥାନା ପଦ୍ମପୁର ଅଞ୍ଚଳରେ ରହି ବିଭିନ୍ନ ସମୟରେ ରାହାଜାନୀ ଓ ଡକାୟତ ଭଳି ସଙ୍ଗୀନ ଅପରାଧରେ ଜଡିତ ରହି କାର ଓ ବାଇକ୍‌‌ ଚୋରି କରି ନମ୍ବରପ୍ଲେଟ୍‌‌ ପରିବର୍ତ୍ତନ ସହ ଇଞ୍ଜିନ ଓ ଚେଚିସ୍‌‌ ନମ୍ବରବଦଳାଇ ବିକ୍ରି କରୁଥିବା ନେଇ କେନ୍ଦୁଝର ଟାଉନ ଥାନା ଓ ପଣ୍ଡାପଡ଼ା ଥାନା ସମେତ ପଶ୍ଚିମବଙ୍ଗର କୁଲଟି ଥାନାରେ ଏମାନଙ୍କ ମାମଲା ରହି ଆସିଛି। ବିଶେଷ ସୂତ୍ରରୁ ଖବରପାଇ ଟାଉନଥାନା ପୁଲିସ ଏହି ୨ ଅଭିଯୁକ୍ତଙ୍କୁ ସୋମବାର ଚମ୍ପୁଆ ନିକଟରୁ ଗିରଫ କରିବାସହ ସେମାନଙ୍କ ନିକଟରୁ ଏକ କାର୍ ସମେତ ୫ଟି ବାଇକ ଜବତ କରିଥିବା ସଦର ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି। ଗିରଫ ପରେ ଏହି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories