www.samajalive.in
Friday, December 5, 2025
20.1 C
Bhubaneswar

ସମ୍ବଲପୁର କୋଭିଡ ହସପିଟାଲରେ ୨ ମହିଳା ମୃତ

ସମ୍ବଲପୁର: ସୋମବାର ସମ୍ବଲପୁର କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ୪୪ ବର୍ଷ ବୟସ୍କା ମହିଳା ସୋନପୁର ଜିଲାରୁ ଗତ ୩ ତାରିଖ ଭିମସାରକୁ ଅନ୍ୟ ଚିକିତ୍ସା ପାଇଁ ଆସିଥିବାବେଳେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଅଣାଯିବା ସମୟରୁ ସେ କୋମାରେ ଥିବାବେଳେ ଆଜି ତାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ମୃତକ ଜଣକ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ୪୯ ବର୍ଷ ବୟସ୍କା ମହିଳା ବୋଲି ଜଣାପଡ଼ିଛି। ତେବେ ସେମାନଙ୍କର ମୃତ୍ୟୁ କରୋନାରେ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ସରକାରୀ ଭାବରେ ଜୁଲାଇ ୩୦ ତାରିଖ ସମ୍ବଲପୁର ଜିଲାର କୁଚିଣ୍ଡା ଅଞ୍ଚଳର ଜଣେ ୬୭ ବର୍ଷ ବୟସ୍କ ପୁରୁଷଙ୍କ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଗତ ଶନିବାର ପର୍ଯ୍ୟନ୍ତ ସରକାରୀ ଭାବରେ ଜିଲାରେ ୭ ଜଣ ଚିକିତ୍ସାଧୀନ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ପୂର୍ବରୁ ରାଉରକେଲା ଓ କଳାହାଣ୍ଡି ଜିଲାରୁ ଭିମସାରକୁ ଅନ୍ୟ ରୋଗ ଚିକିତ୍ସା ପାଇଁ ଆସି କରୋନା ପଜିଟିଭ ଚିହ୍ନଟ ହୋଇ ସମ୍ବଲପୁର କୋଭିଡ ହସପିଟାଲରେ ମୃତ୍ୟୁବରଣ କରିଥିଲେ। ପୂର୍ବରୁ ସମ୍ବଲପୁର ଜିଲାରେ ରେଙ୍ଗାଲି ଥାନାରେ କାର୍ଯ୍ୟରତ ପୁଲିସ କନଷ୍ଟେବଲ ଓ ହୀରାକୁଦ ଇଏସଆଇ ହସପିଟାଲର ଜଣେ ଡାକ୍ତର କୋଭିଡ ଯୋଦ୍ଧାଙ୍କ ଓ ତାଙ୍କ ମା’ ତଥା ଆଉ ଜଣେ କୋଭିଡ ଯୋଦ୍ଧା ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ସୋମବାର ପର୍ଯ୍ୟନ୍ତ ଜିଲାରେ ଚିହ୍ନଟ ୧୪୮୧ଙ୍କ ମଧ୍ୟରୁ ୫୧୯ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି। ତନ୍ମଧ୍ୟରୁ କୋଭିଡ ହସପିଟାଲରେ ୩୮ ଜଣ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories