www.samajalive.in
Friday, December 5, 2025
27.1 C
Bhubaneswar

ଆଉ ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪୩ ହଜାର ୭୭୯କୁ ବୃଦ୍ଧି

ଭୁବନେଶ୍ବର : ସୋମବାର ରାଜ୍ୟରୁ ଆଉ ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୪୩ ହଜାର ଅତିକ୍ରମ କରିଛି। ଏହି ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪୩ ହଜାର ୭୭୯କୁ ବୃଦ୍ଧି ପାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୨୩୨, କଟକରୁ ୧୩୧, ରାୟଗଡାରୁ ୧୧୨, ସୁନ୍ଦରଗଡ଼ରୁ ୧୧୧, ବାଲେଶ୍ବରରୁ ୧୦୧, ଖୋର୍ଦ୍ଧାରୁ ୯୯, ଢେଙ୍କାନାଳରୁ ୬୩, ମୟୂରଭଞ୍ଜରୁ ୫୧, ଗଜପତି ଓ କୋରାପୁଟରୁ ୪୯ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

- Advertisement -

ସେହିପରି ମାଲକାନଗିରିରୁ ୪୨, ଭଦ୍ରକ ଏବଂ ଜଗତସିଂହପୁରରୁ ୩୮ ଜଣ ଲେଖାଏଁ, କନ୍ଧମାଳରୁ ୩୭, ବଲାଙ୍ଗୀର ଓ ଯାଜପୁରରୁ ୩୬ ଜଣ ଲେଖାଏଁ, ସମ୍ବଲପୁରରୁ ୩୫, ନୟାଗଡ଼ରୁ ୩୪, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁରରୁ ୩୧ ଜଣ ଲେଖାଏଁ, ସୁବର୍ଣ୍ଣପୁରରୁ ୩୦, କେନ୍ଦୁଝରରୁ ୨୦, ଅନୁଗୋଳରୁ ୧୮ ଏବଂ ବରଗଡ଼ରୁ ୧୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟ ପକ୍ଷରେ ଝାରସୁଗୁଡା ଓ କେନ୍ଦ୍ରାପଡାରୁ ୧୪ ଜଣ ଲେଖାଏଁ, ଦେବଗଡ଼ରୁ ୪ ଏବଂ  ପୁରୀରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୪୩ ହଜାର ୭୭୯କୁ ବୃଦ୍ଧି ପାଇଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories