BJD Bijuli 480×75 Mob

ଶନିବାର ବସିବ ବିଜେପିର ଦୁଇ ଦିନିଆ ଜାତୀୟ ଅଧିବେଶନ

BJD Bijuli 480×75 Mob

ଡେସ୍କ: ବିଜେପିର ଦୁଇ ଦିନିଆ ଜାତୀୟ ଅଧିବେଶନ ଶନିବାରଠାରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ଦଳର ଜାତୀୟ ଓ ରାଜ୍ୟ କର୍ମକର୍ତ୍ତା, ସାଂସଦ ଓ ବିଧାୟକଙ୍କ ସମେତ ପ୍ରାୟ ୧୧ ହଜାର ୫୦୦ ପ୍ରତିନିଧି ଯୋଗଦେବେ। ଦଳର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି, ସମ୍ମିଳନୀର ପ୍ରଥମ ଦିନରେ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହେବ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମାପନୀ ଅଧିବେଶନକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ଦୁଇଟି ସଂକଳ୍ପ ଅଣାଯିବ ଏବଂ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଦଳ ବିସ୍ତୃତ ଆଲୋଚନା କରିବ ବୋଲି ଶ୍ରୀ ପ୍ରସାଦ କହିଛନ୍ତି। ବୈଠକରେ ଏକ ବ୍ୟାପକ ସାଂଗଠନିକ ଏଜେଣ୍ଡା ଉପରେ ଆଲୋଚନା କରାଯିବା ସହ ବିକଶିତ ଭାରତର ବିଷୟବସ୍ତୁ ଉପରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ ବୋଲି ସେ କହିଛନ୍ତି।

Comments are closed.