www.samajalive.in
Sunday, December 7, 2025
23.1 C
Bhubaneswar

ବାହାଘର ଉତ୍ସବ ପାଳନ ବେଳେ ପୁଲିସ ଚଢାଉ, ୨ ଗିରଫ

ବାଲିଗୁଡା: କୋଭିଡ-୧୯ ନିୟମ ଉଲ୍ଲଂଘନ ମହଙ୍ଗା ପଡିଲା। କୋଭିଡ ନିୟମକୁ ଉଲ୍ଲଂଘନ କରି ପୁଅର ବାହାଘର କରୁଥିଲେ, ଯାହା ଫଳରେ  ପୁଲିସ ଦ୍ୱାରା ଗିରଫ ହେଲେ। ଘଟଣାଟି ଘଟିଛି ବାଲିଗୁଡା ଥାନା ଅନ୍ତର୍ଗତ ତଗାକିଆ ଗ୍ରାମରେ। ଏହି ତଗାକିଆ ଗ୍ରାମରେ ପୁଅର ବାହାଘର ପାଇଁ ଦୁଇଶହରୁ ଊର୍ଦ୍ଧ୍ବ ଲୋକ ଜମାକରି ପୁଅଘରେ ବାହାଘର ଚାଲିଥିବା ବେଳେ ବାଲିଗୁଡା ପୁଲିସ ଚଢାଉ କରିଛି। ବାପ ପୁଅଙ୍କୁ ଗିରଫ କରିବା ସହ ମାଇକସେଟ ଜବତ କରିଛନ୍ତି।

ସୂଚନା ପ୍ରକାରେ, ଗତକାଲି ସନ୍ଧ୍ୟାରେ ବାଟାଗୁଡା ପଞ୍ଚାୟତ ଅନ୍ତର୍ଗତ ତଗାକିଆ ଗ୍ରାମରେ ପରମେଶ୍ୱରଙ୍କ ଘରେ ତାଙ୍କ ପୁଅ ନକୁଳ ମଳିକଙ୍କର ରେବିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ସାତାମାସ୍କା ଗ୍ରାମର ଲହଡା ମଳିକଙ୍କ ଝିଅ ପ୍ରୀତି ମଳିଙ୍କ ସହ ବିବାହ ଉତ୍ସବ ଚାଲିଥିଲା। ହେଲେ କୋଭିଡ ନିୟମକୁ ଉଲ୍ଲଂଘନ କରି ଦୁଇଶହରୁ ଊର୍ଦ୍ଧ୍ବ ବନ୍ଧୁବାବନ୍ଧବଙ୍କ ଗହଣରେ ନାଚଗୀତ ଆସର ଜମାଇ ବିବାହ ଉତ୍ସବ ଚାଲିଥିବା ଖବର ପହଞ୍ଚିଥିଲା ବାଲିଗୁଡା ପୁଲିସ ପାଖରେ। ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପୁଲିସ ଟିମ ସହ ବିବାହ ଉତ୍ସବ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଜମା ହୋଇଥିବା ଲୋକଙ୍କୁ ସେଠାରୁ ଘୋଉଡାଇ ବାଜୁଥିବା ମାଇକସେଟକୁ ଜବତ କରିିଥିଲେ ଓ ବରପିତା ପରମେଶ୍ୱର ମଳିକ ଓ ବର ନକୁଳ ମଳିକଙ୍କୁ ଗିରଫ କରି ବାଲିଗୁଢା ଥାନା କେଶ ନମ୍ବର ୧୬୭/୨୦୨୦ରେ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories