www.samajalive.in
Monday, December 15, 2025
26.1 C
Bhubaneswar

ହତ୍ୟା ଅଭିଯୋଗରେ ୨ ଗିରଫ

ଗୁରୁଡିଝାଟିଆ : ଯୁବକକୁ ବାଡେଇ ବାଡେଇ ହତ୍ୟା କରିବା ଅଭିଯୋଗରେ ଖୁଣ୍ଟୁଣୀ ପୁଲିସ ୨ଜଣଙ୍କୁ ଗିରଫ କରି ଅଦାଲତକୁ ପ୍ରେରଣ କରିଛି । ଦୁଇ ଅଭିଯୁକ୍ତଙ୍କ ନାମ ହେଲା ସୁଶିଲ ବର୍ମା(୩୬) ଓ ପଙ୍କଜ ବର୍ମା(୪୦) । ପ୍ରକାଶଯୋଗ୍ୟ ମୃତ ଗୋବିନ୍ଦ ରାସ୍ତାକାମ କରିବା ନିମନ୍ତେ ଉତ୍ତରପ୍ରଦେଶ ଝାନସୀ ଜିଲ୍ଲାର ସୁଶୀଲ ବର୍ମା ଓ ବାଲୁନ ଜିଲ୍ଲାର ଓଡାଲ ଗ୍ରାମର ପଙ୍କଜ ବର୍ମାଙ୍କୁ ଖୁଣ୍ଟୁଣୀ ସ୍ଥିତ ରଗଡିପଡା ଗ୍ରାମକୁ ଆଣିଥିଲେ। ଗତ ୪ସପ୍ତାହ ଧରି ସେମାନେ ଆସିଥିଲେ ମଧ୍ୟ ପ୍ରାୟ ଅଧିକାଂଶ ଦିନ କାମ ମିଳୁନଥିବାରୁ ସେମାନଙ୍କ ଭିତରେ ଗତ ୩ଦିନ ତଳେ ରାତିରେ ବାଡିଆପିଟା ହୋଇଥିଲା । ଉତ୍ୟକ୍ତ ହୋଇ ସୁଶିଲ ଓ ପଙ୍କଜ ଗୋବିନ୍ଦକୁ ନିସ୍ତୁକ ମାଡ ମାରିଥିଲେ। ଏଥିରେ ଗୋବିନ୍ଦ ମୃତ୍ୟୁ ଘଟିଥିଲା । ଘଟଣା ସଂପର୍କରେ ପୁଲିସ ଖବର ପାଇ ମୃତ ଗୋବିନ୍ଦର ଶବକୁ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ହତ୍ୟାକାଣ୍ଡରେ ସଂପୃକ୍ତଥିବା ଶୁସିଲ ଓ ପଙ୍କଜକୁ ଗିରଫ କରି ଅଦାଲତକୁ ଚାଲାଣ କରିଛି । ଏହି ହତ୍ୟାକାଣ୍ଡରେ ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବା ଥାନା ଅଧିକାରୀ ଭବାନୀ ପ୍ରସାଦ ଖୁଣ୍ଟିଆ ଗଣମାଧ୍ୟମକୁ କହିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories