ସାପ କାମୁଡ଼ାରେ ୩ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
ଲକ୍ଷ୍ମୀପୁର : ସାପ କାମୁଡ଼ାରେ ଲକ୍ଷ୍ମୀପୁର ବ୍ଲକର କୁଟିଙ୍ଗା ଅଞ୍ଚଳର ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ପୁରୁଷ ଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତଳକୁଟିଙ୍ଗା ଗାଁ ର ତୁଳସୀ ମିଣିଆକା (୪୦) ଜମିରେ ଚାଷ କାର୍ଯ୍ୟ କରୁଥିଲାବେଳେ ସେମାନଙ୍କୁ ବିଷଧର ସାପ ଦଂଶନ କରିଥିଲା।
ସେହିପରି ଗ୍ରାମର ଧନିଆ ମିଣିଆକା (୧୮) ଗାଁ ରେ ବୁଲୁଥିବା ବେଳେ ତାଙ୍କୁ ମଧ୍ୟ ସାପ କାମୁଡିଥିବା ବେଳେ ସେହି ଗ୍ରାମର ଅନ୍ୟ ଜଣେ ନନ୍ଦ ମିଣିଆକାଙ୍କୁ ମଧ୍ୟ ସାପ କାମୁଡିଥିଲା। ସମସ୍ତଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକିତ୍ସା ଚାଲିଥିବା ବେଳେ ଧନିଆଙ୍କ ଅବସ୍ଥା ଅତି ଗୁରୁତର ଥିବା କାରଣରୁ ତାଙ୍କୁ କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ପାରେ ବୋଲି ଡାକ୍ତରଙ୍କ ସୂତ୍ରରୁ ଜଣାପଡିଛି ।
Comments are closed.