www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୨୦ ରାଜ୍ୟର ୯୧ ଲୋକସଭା ଆସନପାଇଁ ଆଜି ବିଜ୍ଞପ୍ତି

ନୂଆଦିଲ୍ଲୀ/ଭୁବନେଶ୍ଵର: ଆସନ୍ତା ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୨୦ ରାଜ୍ୟର ୯୧ ଲୋକସଭା ଆସନରେ ଭୋଟଗ୍ରହଣ କରାଯିବ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ କରାଯିବା ସହ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଏହା ପରେ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ଏହା ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ମାର୍ଚ୍ଚ ୨୮ ରହିଛି।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଏବଂ ବ୍ରହ୍ମପୁର ଆଦି ୪ ଲୋକ ସଭା ଆସନ ଏବଂ ୨୮ଟି ବିଧାନସଭା ଆସନରେ ନିର୍ବାଚନ ହେବ। ଏହାବ୍ୟତୀତ  ଉତ୍ତରପ୍ରଦେଶର ଗାଜିଆବାଦ, ଗୌତମବୁଦ୍ଧ ନଗର, ସହାରନପୁର, କୈରାନା, ମୁଜଫରନଗର, ବିଜନୌର, ମେରଠ ଏବଂ ବାଗପତ ଆସନରେ ମତଦାନ ହେବ। ଏହାବ୍ୟତୀତ ଆନ୍ଧ୍ର ପ୍ରଦେଶର ୨୫, ଓଡ଼ିଶାର ୪, ଅରୁଣାଚଳ ପ୍ରଦେଶର ୨ଟି, ଆସାମର ୫, ବିହାରର ୪, ଛତିଶଗଡ଼ର ୧, ଜାମ୍ମୁ-କାଶ୍ମୀରର ୨, ମହାରାଷ୍ଟ୍ର ୭, ମଣିପୁର ୧, ମେଘାଳୟ ୨, ମିଜୋରମ ୧, ନାଗାଲାଣ୍ଡ ୧, ସିକ୍କିମ ୧, ତେଲେଙ୍ଗାନା ୧୭, ତ୍ରିପୁରା ୧, ଉତ୍ତରାଖଣ୍ଡ ୫, ପଶ୍ଚିମବଙ୍ଗ ୨, ଆଣ୍ଡାମାନ ନିକୋବର ୧, ଲାକ୍ଷାଦ୍ବୀପର ଗୋଟିଏ ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

- Advertisement -

ଏହାବ୍ୟତୀତ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ ଏବଂ ଓଡ଼ିଶାରେ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories