ସମାଜ ଡିଜିଟାଲ ଡେସ୍କ: ଆସିଛି ରଜ । ଆଜି ପହଲି ରଜରେ ଗାଁଠୁ ସହର ସବୁଠି ଉତ୍ସବର ପରିବେଶ । ରଜରେ ଝିଅମାନେ ସଜବାଜ ହୋଇ ଦୋଳି ଖେଳି, ପୋଡ ପିଠା ଖାଇ, ପାଦରେ ଅଳତା ଲଗାଇ ପାଳନ କରିଥାନ୍ତି । ତିନି ଦିନ ଧରି ରଜ ପର୍ବ ପାଳନ ହେବାକୁ ଥିବା ବେଳେ ସହରରେ ଜମିଲାଣି ରଜ ଆସର । ଓଡ଼ିଆ ପରମ୍ପରା ଅନୁଯାୟୀ ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ । ଚତୁର୍ଥ ଦିନରେ ବସୁମତୀ ମାଙ୍କୁ ସ୍ନାନ କରାଯାଇ ଶେଷ ହୋଇଥାଏ । ଏହି ରଜ ପର୍ବରେ ଘରେ ଘରେ ନାନା ପ୍ରକାର ପିଠା ପ୍ରସ୍ତୁତ କରାଯାଇଥାଏ । ସେଥିରୁ ପୋଡ ପିଠା ହେଉଛି ସବୁଠୁ ସ୍ପେଶାଲ ।
Popular Categories



