ଏହି ରାଶିର ବ୍ୟକ୍ତି ଟିକେ ସାବଧାନ ହୋଇ ଚଳନ୍ତୁ- ଆଜିର ରାଶିଫଳ

ମେଷ- କାର୍ତ୍ତିକେୟଙ୍କ ସମତୁଲ ରୂପବାନ୍‌ ହୋଇପାରନ୍ତି। ପରିବାରର ପ୍ରାଣାଧିକ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ସଦା ସମୃଦ୍ଧ ହେବେ। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ଓ ରାଜବଂଶ ପୂଜିତ ହେବେ।

ବୃଷ- ଅତି କଠୋର ବାକ୍ୟ ପ୍ରୟୋଗ କରିବା ଦ୍ବାରା ସହୃଦୟ ବନ୍ଧୁମାନେ ଆଡ଼ ହୋଇଯାଇପାରନ୍ତି। ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଥଣ୍ଡାକଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। ଖର୍ଚ୍ଚାନ୍ତ ହେବେ।

ମିଥୁନ- ଅକ୍ଲେଶରେ ଶତ୍ରୁ ଉପରେ ବିଜୟ ହାସଲ କରିବେ। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ମହାନ୍‌ ବ୍ୟକ୍ତିବିଶେଷ ତଥା ଉଚ୍ଚ ପଦପଦବୀରେ ଅଭିଷିକ୍ତ ହେବାର ସୂଚନା ମିଳୁଛି। ଧନାଗମ ହେବ।

କର୍କଟ- ନିଜର ବୁଦ୍ଧି ଓ ବିବେକାନୁମୋଦିତ କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ। ସନ୍ମାର୍ଗୀ ହୋଇପାରନ୍ତି। ସୁଖୀ ହେବେ। ପୁରୁଷ ଶ୍ରେଷ୍ଠ ହୋଇପାରନ୍ତି। ସମସ୍ତ କଳ୍ମଷ ଦୂର ହେବ। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।

ସିଂହ- ଜଣେ ଉତ୍ତମ ବକ୍ତାଭାବେ ସଭାସମିତିରେ ନିଜର ବକ୍ତବ୍ୟ ଉପସ୍ଥାପନ କରି ପ୍ରଶଂସିତ ହେବେ। ଭୋଗପ୍ରିୟ ଓ ଶୌର୍ଯ୍ୟଯୁକ୍ତ ହୋଇପାରନ୍ତି। ଶାସ୍ତ୍ରପ୍ରତି ଅନୁରକ୍ତି ରହିବ। କୃତଜ୍ଞ ଓ ବୁଦ୍ଧିମାନ୍‌ ହୋଇପାରନ୍ତି।

କନ୍ୟା- କୁମିତ୍ରମାନଙ୍କୁ ପରିତ୍ୟାଗ ନ କଲେ ଅର୍ଜନ କରିଥିବା ସମସ୍ତ ପୁଣ୍ୟ ନାଶ ହୋଇପାରେ। ସ୍ବାଭିମାନୀ ହେବେ। ଭାଗୁଆଳ ବ୍ୟବସାୟ ଲାଭଜନକ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବା ସମ୍ଭବ ନୁହେଁ।

ତୁଳା- ନିସ୍ବାର୍ଥପର ସେବା କାର୍ଯ୍ୟ ପାଇଁ ଜନସାଧାରଣଙ୍କ ନିକଟରେ ପରମ ପୂଜ୍ୟ ହୋଇପାରନ୍ତି। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ମନୋଜ୍ଞ ହୋଇପାରନ୍ତି। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହୋଇପାରନ୍ତି।

ବିଚ୍ଛା- ଭ୍ରାତୃଭାବ ଅତୁଟ ରହିବ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି।

ଧନୁ- ନିଃସର୍ଗ ସୁଖର ଅଧିକାରୀ ହୋଇପାରନ୍ତି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପ୍ରଭୁତ୍ବ ବିସ୍ତାର କରିବେ। ଶାସ୍ତ୍ର ବିଚକ୍ଷଣ ହେବେ। ପୁତ୍ର ସୁଖରେ ସୁଖୀ ହେବେ। ପ୍ରତ୍ୟେକ କାର୍ଯ୍ୟରେ ନିଜର ପାରଦର୍ଶିତା ପ୍ରତିପାଦିତ କରିବେ।

ମକର- କୃପାନିଧାନ ହୋଇପାରନ୍ତି। ଗୁରୁ, ଗୁରୁଜନଙ୍କ ସ୍ତାବକ ହୋଇପାରନ୍ତି। ଶ୍ରେଷ୍ଠାସନରେ ଆସୀନ ହେବାର ଯେଉଁ ସ୍ବପ୍ନ ଦେଖୁଛନ୍ତି; ତାହା ବହୁ କଷ୍ଟରେ ସାକାର ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

କୁମ୍ଭ- ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ନିଜ ଧନକୁ ଅନୁଚିତ କାର୍ଯ୍ୟରେ ବ୍ୟୟ କରିବେ ନାହିଁ। ପରୋପକାରୀ ଓ ଧାର୍ମିକ ହେବେ।

ମୀନ- ତେଜିୟାନ୍‌ ହେବେ। ମରଧାମରେ ଶ୍ରେଷ୍ଠତା ଅର୍ଜନ କରିବେ। ପୁତ୍ର ଦିଗ୍‌ବିଜୟୀ ହୋଇପାରେ। ଜନବଲ୍ଲଭଭାବେ ଲୋକମାନ୍ୟ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ସୁସ୍ଥ ରହିବେ।

Comments are closed.