କଲ୍ୟାଣସିଂହପୁର- ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତରେଦୁଇ ଜଣ ଲୁଟେରାଙ୍କୁ କାବୁ କରି ଗ୍ରାମବାସୀ ପୁଲିସ ଜିମା ଦେଇଥିବା ଜଣାପଡିଛି ।ଗୁରୁବାର ଅପରାହ୍ନସମୟରେ ଡେଙ୍ଗିଶିଳା ଗ୍ରାମର ରୁପାଇ କାଡ୍ରାକା,ସୁନ୍ଧାରି କାଡ୍ରାକା,କୁମୁଟାଣି ମହାନନ୍ଦିଆ ତିନି ଜଣ ମହିଳା କୌଣସି କାର୍ଯ୍ୟରେ ସୁଳିପଦର ଗ୍ରାମକୁ ଯାଉଥିବା ବେଳେ ଗ୍ରାମଠାରୁ ୧୦୦ମିଟର ଦୂରରେ ତିନିଜଣ ଦୁର୍ବୃତ୍ତ ନମ୍ବର ଓଡ଼ି ୧୫ ଏକ୍ସ ୧୭୭୨ ବାଇକ ରେ ଆସି ମହିଳାଙ୍କ କାନର ଝିଙ୍କି ନେଇଥିଲେ ।
ମହିଳା ମାନେ ପାଟି କରିବାରୁ ସନ୍ଧ୍ୟା ସମୟ ହୋଇଥିବା ଯୋଗୁଁ ଆଖ ପାଖର ଲୋକ ମାନେ ପାଟି ଶୁଣି ଘଟଣା ସ୍ଥଳକୁ ପହଞ୍ଚି ଥିଲେ । ତିନି ଦୁର୍ବୁତ୍ତ ଗ୍ରାମ ବାସୀଙ୍କୁ ଦେଖି ଦୌଡ଼ିବା ବେଳେ ଲକିନାଥ କାଡ୍ରାକା, ମୁକୁନ୍ଦ ତିଆକା, ମଦନ ଗାଜୁକା,ଉମ୍ବୁରା କାଡ୍ରାକା, ନବୀନ ତିଆକା ଉ ଦୁଇଜଣ ଙ୍କୁ ଧରିବା ବେଳେ ଅନ୍ୟ ଜଣେ ଦୌଡ଼ି ପଳାଇଯାଇଥିଲା ।
ପୁଲିସ ଏସ ଆଇ ଶିବ ପ୍ରସାଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଦୁର୍ବୃତ୍ତ କୁ ଥାନାକୁ ଆଣି ପଚରାଉଚରା କରିଥିଲେ ।ଉକ୍ତ ଯୁବକ ଦୁଇ ତୁଳା ସୁନା ଚୋରୀ କରିଥିବା ପୁଲିସ ପାଖରେ ସ୍ୱୀକାର କରିବା ସହ ବିହାର ରାଜ୍ୟ ବଗଲପୁର ଜିଲା ଜଗଦୀଶ ପୁର ଥାନା ର ହଲୁଆ ଗାଁର ବାଲି ସା ଙ୍କ ପୁଅ ଦିଲ୍ଲୀପ ସା (୩୮), ଓଡିଶା ସମ୍ବଲପୁର ଜିଲ୍ଲା ସଦର ଆଇନ୍ତାପୁର ଥାନାର ନରେଶ ପ୍ରସାଦ ସା ଙ୍କ ପୁଅ ରକି କୁମାର ସା ବୋଲି ପରିଚୟ ଦେଇଥିବା ପୁଲିସ ସୂଚନା ଦେଇଛନ୍ତି ।ଅନ୍ୟ ଜଣ ଦୁର୍ବୃତ୍ତ ଫେରାର ହୋଇଥିବା ଗ୍ରାମ ବାସୀ କହିଛନ୍ତି ।



