କାଶ୍ମୀର ପ୍ରସଙ୍ଗ ନେଇ ଆଫ୍ରିଦିଙ୍କ ବୟାନ, କହିଲେ ଏଲଓସି ଯିବି
ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ହେବାପରେ ପାକିସ୍ତାନ ଏକ ପ୍ରକାର ରକ୍ତ ଚାଉଳ ଚୋବାଉଛି। ଏହାକୁ ନେଇ ପାକିସ୍ତାନର ଅନେକ ନେତା ଓ ମନ୍ତ୍ରୀ ଭାରତକୁ ଆଙ୍ଗୁଳି ନିର୍ଦେଶ କରୁଥିବାବେଳେ ଏବେ ଖେଳାଳି ଆଗକୁ ଆସିଛନ୍ତି। ସୂଚନା ଅନୁସାରେ, ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦି ବୁଧବାର କାଶ୍ମୀର ପ୍ରସଙ୍ଗ ନେଇ ବୟାନ ଦେଇଛନ୍ତି। ଆଫ୍ରିଦି ଭାରତ-ପାକିସ୍ତାନର ନିୟନ୍ତ୍ରଣ ରେଖା ଏଲଓସି ଗସ୍ତ କରିବା ସହିତ ସେପ୍ଟେମ୍ବର ୬ରେ ଜଣେ ସହିଦଙ୍କ ଘରକୁ ଯିବା କଥା କହିଛନ୍ତି।
ବୁଧବାର ଦ୍ବିପ୍ରହର ୧୨ଟାରେ ଆଫ୍ରିଦି ଟ୍ବିଟ୍ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ନିର୍ଦ୍ଦେଶକୁ ଆମେ ସମସ୍ଥେ ଏକାଠି ହୋଇ ପାଳନ କରିବା। କରାଚୀସ୍ଥିତ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କ କବରସ୍ଥଳରେ ଶୁକ୍ରବାର ଅପରାହ୍ନ ୧୨ଟାରେ ପହଞ୍ଚି ସେଠାରେ ଆମେ କାଶ୍ମୀର ଭାଇଙ୍କ ପ୍ରତି ସମବେଦନା ପ୍ରକାଶ କରିବା।
ସୂଚନା ଯୋଗ୍ୟ, କିଛିଦିନ ପୂର୍ବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଦେଶରେ ପ୍ରତ୍ୟେକ ସପ୍ତାହରେ ଏକ ଅଧଘଣ୍ଟିଆ ଏକତା କାର୍ୟ୍ୟକ୍ରମ କରାଯିବ ଯେଉଁଥିରେ କଶ୍ମୀର ଭାଇଙ୍କ ପାଇଁ ପାକିସ୍ତାନବାସୀ ଏକ ଥିବା ଦର୍ଶାଇବେ।
Comments are closed.