୧୯ ଜଣ ଶିଶୁ ପାଇବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର
ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୨୨ରେ ୧୯ ଜଣ ଅସାଧାରଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ। କଳା ଏବଂ ସଂସ୍କୃତି, ସାହସିକତା, ନବସୃଜନ, ସାମାଜିକ ସେବା ଏବଂ କ୍ରୀଡା କ୍ଷେତ୍ରରେ ସେମାନଙ୍କର ଅତୁଳନୀୟ ସଫଳତା ପାଇଁ ଏହି ପିଲାମାନଙ୍କୁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରେ ୧୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଓ ଦୁଇଟି ଆକାଂକ୍ଷୀ ଜିଲ୍ଲାର 9 ଜଣ ବାଳକ ଏବଂ ୧୦ ଜଣ ବାଳିକା ଅଛନ୍ତି। ଏହି ପୁରସ୍କାର ୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ। ଜାନୁଆରୀ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ସହ କଥାବାର୍ତ୍ତା କରିବେ।
Comments are closed.