www.samajalive.in
Tuesday, November 18, 2025
27.1 C
Bhubaneswar

ଆସନ୍ତା ଗୁରୁବାର ଦିନ ଖୋଲିବ ଭିତର ରତ୍ନଭଣ୍ଡାର

ସମାଜ ଡିଜିଟାଲ ଡେସ୍କ: ରତ୍ନଭଣ୍ଡାର ଖୋଲାଯିବା ସମ୍ପର୍କରେ ଆଜି ପୁଣି ତଦାରଖ କମିଟିର ଜରୁରୀ ବୈଠକ ବସିଛି । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପରେ ଗଣମାଧ୍ୟମକୁ ଜଷ୍ଟିସ୍‍ ରଥ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆସନ୍ତା ଗୁରୁବାର ୧୮ ତାରିଖ ସକାଳ ୯ଟା ୫୧ ମିନିଟରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତରେ ଭିତର ଭଣ୍ଡାର ତାଲା ଖୋଲାଯିବ ସୂଚନା ଦେଇଛନ୍ତି ଜଷ୍ଟିସ୍‍ ରଥ । ଚାବି ଖୋଲାଯିବା ପରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନକୁ ଗଣତି ମଣତି କରାଯିବ । ରତ୍ନଭଣ୍ଡାର ଗଣତି ମଣତି କରାଯିବା ବେଳେ ଭିଡ଼ିଓଗ୍ରାଫି କରାଯିବ ବୋଲି ଜଷ୍ଟିସ୍‍ ରଥ କହିଛନ୍ତି । ଟ୍ରେଜେରୀରେ ଥିବା ଦୁଇଟି ଚାବି ଆଣି ଖୋଲାଯିବ ରତ୍ନଭଣ୍ଡାର । ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତର କରାଯିବ । ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ସ୍ଥାନାନ୍ତର ହେବ । ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଯ ଘର’କୁ ସ୍ଥାନାନ୍ତରଣ କରାଯିବ ବୋଲି ଜଷ୍ଟିସ୍‍ ରଥ ସୂଚନା ଦେଇଛନ୍ତି । ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲା ସିଲ୍‍ କରାଯିବ । ତାଲାକୁ ଜଉମୁଦ ସିଲ୍‍ କରାଯାଇ ଚାବି ଟ୍ରେଜେରୀରେ ରଖାଯିବ । ରତ୍ନଭଣ୍ଡାର ଭିତର ମରାମତି ଆବଶ୍ୟକ ଥିଲେ ଏଏସଆଇକୁ ସୂଚନା ଦିଆଯିବ ବୋଲି ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ କହିଛନ୍ତି ।

Hot this week

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

Related Articles

Popular Categories