୧୮ ବଳାତ୍କାରୀଙ୍କୁ ନିର୍ଧୁମ ଛେଚିଲେ ଓକିଲ

0

ଚେନ୍ନଇ : ସାତ ମାସ ଧରି ଜଣେ ୧୧ବର୍ଷିୟା ନାବାଳିକାକୁ ଯୌନ ନିର୍ଯାତନା ଦେଇ ଆସୁଥିବା ୧୮ଅଭିଯୁକ୍ତଙ୍କୁ ଚେନ୍ନଇସ୍ଥିତ ମହିଳା କୋର୍ଟ ପରିସରରେ ଓକିଲମାନେ ନିର୍ଧୁମ ଛେଚିଛନ୍ତି। କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଜୁଲାଇ ୩୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ସୂଚନା ଅନୁସାରେ ଚେନ୍ନଇର ଏକ ଆପାର୍ଟମେଣ୍ଟରେ ୧୧ ବର୍ଷିୟା ନାବାଳିକାକୁ ଗତ ୭ ମାସ ଧରି ଯୌନ ନିର୍ଯାତନା ଦିଆଯାଉଥିଲା। ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ଼, ଲିଫ୍ଟ ଅପରେଟର, ପାଣି ଯୋଗାଉଥିବା ଲୋକଙ୍କୁ ମିଶାଇ ୧୮ ଜଣ ନାବାଳିକାକୁ ନିର୍ଯାତନା ଦେଉଥିଲେ। ସେ ମୃଦୁପାନୀୟରେ ନିଶା ଦେଇ ନାବାଳିକାକୁ ବଳାତ୍କାର କରିଥିଲେ। ଏହାର ଏକ ଭିଡ଼ିଓ କରି ତାକୁ ବ୍ଲାକମେଲ୍‍ କରି ଆସୁଥିଲେ। ପୀଡ଼ିତା ଜଣକ ସପ୍ତମ ଶ୍ରେଣୀରେ ପଢୁଛି। କିଛି ଦିନ ତଳେ ତାର ସମ୍ବେଦନଶୀଳ ଅଙ୍ଗରେ କଷ୍ଟ ହେଉଥିବା କଥା ସେ ନିଜ ବଡ଼ ଭଉଣୀକୁ କହିବା ପରେ ସମସ୍ତ ଘଟଣା ପଦାକୁ ଆସିଥିଲା। ଫଳରେ ବାପା, ମା’ ଝିଅକୁ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ। ପରୀକ୍ଷା କରିବା ପରେ ଗତ କିଛି ଦିନ ହେବ ନାବାଳିକାକୁ ଯୌନ ନିର୍ଯାତନା ଦିଆଯାଉଥିବା ଡାକ୍ତର କହିଥିଲେ। ଏନେଇ ପୀଡ଼ିତାର ବାପା ଜୁଲାଇ ୧୫ରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‍ କହିବା ଅନୁସାରେ ପ୍ରଥମେ ନାବାଳିକାକୁ ଜଣେ ୬୬ ବର୍ଷିୟ ଲିଫ୍ଟ ଅପରେଟର ଅସଦାଚରଣ କରିଥିଲା। ଏହାପରେ ଅନ୍ୟମାନେ ଏଥିରେ ସାମିଲ ହୋଇଥିଲେ। ପୁଲିସ୍‍ ଏହି ଘଟଣାରେ ୧୮ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ଅଭିଯୁକ୍ତଙ୍କୁ ଚେନ୍ନଇସ୍ଥିତ ମହିଳା ଅଦାଲତରେ ହାଜର କରାଯାଇଥିଲା। ଏହି ସମୟରେ କୋର୍ଟ ପରିସରରେ ଥିବା ଓକିଲମାନେ ପୁଲିସ୍‍ ସୁରକ୍ଷା ବଳ ମଧ୍ୟରୁ ଅଭିଯୁକ୍ତମାନଙ୍କୁ ଟାଣି ନେଇ ନିର୍ଧୁମ ଛେଚିଥିଲେ। ପୁଲିସ୍‍ ଅତି କଷ୍ଟରେ ଓକିଲଙ୍କ କବଳରୁ ଅଭିଯୁକ୍ତଙ୍କୁ ମୁକୁଳାଇ କୋର୍ଟରେ ହାଜର କରାଇଥିଲା। ତେବେ ଅଭିଯୁକ୍ତଙ୍କ ପକ୍ଷରୁ କେହି ମାମଲା ଲଢିବେ ନାହିଁ ବୋଲି ଚେନ୍ନଇ ହାଇକୋର୍ଟ ବାର ଆଡଭୋକେଟ ସଂଘ ସର୍ବସହମ୍ମତି କ୍ରମେ ନିଷ୍ପତ୍ତି ନେଇଛି।

Leave A Reply