www.samajalive.in
Saturday, December 6, 2025
17.1 C
Bhubaneswar

ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଆଦିବାସୀ ମହିଳା ଚାଲିଲେ ୧୮ କି.ମି

ଲକ୍ଷ୍ମୀପୁର ; ଲକଡାଉନ ଯୋଗୁଁ ଲୋକମାନେ ବିଭିନ୍ନ କ୍ଷେତ୍ରରେ ନାନା ପ୍ରକାରର ସୁବିଧା ସମ୍ମୁଖୀନ ହେଉଛନ୍ତି। ଯେପରି କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ବଡ କେଲାର ଗ୍ରାମରୁ ୧୭ ଜଣ ମହିଳା ରାତି ୩ଟାରୁ ୧୮ କିମି ଚାଲିଚାଲି ବ୍ଏଲକ ସଦର ମହକୁମାରେ ଥିବା ଷ୍ଟେଟବ୍ୟାଙ୍କକୁ ଆସିଛନ୍ତି ଜନ ଧନ ଟଙ୍କା ନେବାକୁ। ପ୍ରାୟ ସାଢ଼େ ୩ ଘଣ୍ଟା ଚାଲି ଚାଲି ଆସି ୧୭ ଜଣ ମହିଳା ସକାଳ ସାଢ଼େ ୬ଟାରେ ବ୍ୟାଙ୍କରେ ପହଞ୍ଚିଥିଲେ।

ସେମାନଙ୍କ କହିବା ଅନୁଯାୟୀ ଆଗରୁ ଯେଭଳି ବ୍ୟାଙ୍କ ଖୋଲା ଯାଉଥିଲା ଏବେ ଖୋଲୁନି। ଶୀଘ୍ର ନ ଆସିଲେ ବ୍ୟାଙ୍କ ବନ୍ଦ ହୋଇଯାଇଛି। ସାମାଜିକ ଦୂରତ ରକ୍ଷା କରି ଲୋକ ମାନଙ୍କୁ ଦୂରେଇ ଦୂରେଇ ଧାଡିରେ ଛିଡା ହେବାକୁ ପଡୁଛି। ସେଥିପାଇଁ ଆମେ ରାତିରୁ ବାହାରି ଚାଲି ଚାଲି ଆସିଛୁ। କାମ ଧନ୍ଦା ନଥିବା କାରଣରୁ ଜିନିଷ ପତ୍ର ଆଣିବା ପାଇଁ ପାଖରେ ଟଙ୍କା ନାହିଁ ଜନଧନ ଯୋଜନାରେ ଟଙ୍କା ଆସୁଥିବାରୁ ଉଠାଇ ନେଲେ ଖର୍ଚ୍ଚ କରିବୁ ବୋଲି ମହିଳାମାନେ କହିଥିଲେ।

- Advertisement -

ଅନ୍ୟପକ୍ଷରେ ବ୍ୟାଙ୍କରେ ଆବଶ୍ୟକ ଅନୁଯାୟୀ ଟଙ୍କା ରହୁ ନଥିବା ଶୁଣାଯାଉଛି। ଏପରିକି ଲୋକ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଅର୍ଥ ଉଠାଣ ଆବଶ୍ୟକ ଅନୁଯାୟୀ ହୋଇ ପାରୁ ନଥିବା ସରକାରୀ କର୍ମଚାରୀ ମାନଙ୍କ ସୂତ୍ରରୁ ଜଣାପଡିଛି। କହିବାକୁ ଗଲେ ତାଲା ବନ୍ଦ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ଜିଲାର ଗରିବ ଦିନ ମଜୁରିଆ ମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories