ଗୋଟିଏ ମାସରେ ଇଏସଆଇ ଯୋଜନାରେ ୧୮ ଲକ୍ଷରୁ ଅଧିକ ନୂତନ ଶ୍ରମିକ ପଞ୍ଜୀକୃତ
ଡେସ୍କ: ୨୦୨୩ ଡିସେମ୍ବରରେ କର୍ମଚାରୀ ରାଜ୍ୟ ବୀମା, ଇଏସଆଇ ଯୋଜନାରେ ୧୮ ଲକ୍ଷ ୮୬ ହଜାରରୁ ଅଧିକ ନୂତନ ଶ୍ରମିକ ପଞ୍ଜୀକୃତ ହୋଇଥିବା ଜଣାପଡିଛି। ଇଏସଆଇସିର ବେତନ ତଥ୍ୟ ଅନୁଯାୟୀ, ମୋଟ ପଞ୍ଜୀକରଣର ପ୍ରାୟ ୪୭ ପ୍ରତିଶତ ଅର୍ଥାତ୍ ୮.୮୩ ଲକ୍ଷ କର୍ମଚାରୀଙ୍କ ବୟସ ୨୫ ବର୍ଷ ମଧ୍ୟରେ ରହିଛି। ଡିସେମ୍ବର ମାସରେ ପ୍ରାୟ ୨୩ ହଜାର ୩୪୭ଟି ନୂତନ ପ୍ରତିଷ୍ଠାନକୁ ପଞ୍ଜୀକୃତ କରାଯାଇ କର୍ମଚାରୀ ରାଜ୍ୟ ବୀମା ଯୋଜନାର ସାମାଜିକ ସୁରକ୍ଷା ଅଧୀନକୁ ଅଣାଯାଇଛି, ଯାହା ଦ୍ୱାରା ଅଧିକ ଶ୍ରମିକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ପେରୋଲ ତଥ୍ୟର ଲିଙ୍ଗଭିତ୍ତିକ ବିଶ୍ଳେଷଣରୁ ଜଣାପଡିଛି ଯେ ଡିସେମ୍ବରରେ ମହିଳା ସଦସ୍ୟଙ୍କ ପଞ୍ଜୀକରଣ ୩.୫୯ ଲକ୍ଷ ଥିଲା। ଇଏସଆଇ ଯୋଜନାରେ ସେହି ମାସରେ ମୋଟ ୪୭ ଜଣ କିନ୍ନର କର୍ମଚାରୀ ପଞ୍ଜୀକୃତ ହୋଇଛନ୍ତି।
Comments are closed.