www.samajalive.in
Saturday, December 13, 2025
21.1 C
Bhubaneswar

୧୫ ଆରଟିଓରେ ଆରମ୍ଭ ହେବ ଡିଏଲ୍‌ ପାଇଁ ଆବେଦନ

ଭୁବନେଶ୍ବର : ରାଜ୍ୟର ୧୫ଟି ଆରଟିଓରେ ଆସନ୍ତା ୮ ତାରିଖରୁ ନୂଆ ଡିଏଲ୍‌ ପାଇଁ ଆବେଦନ ଗ୍ରହଣ କରାଯିବ। ଏବେ ସମ୍ପୃକ୍ତ ଆରଟିରେ ଅଧିକ ସଂଖ୍ୟକ ପୁରୁଣା ଆବେଦନ ନଥିବାରୁ ନୂଆ ଆବେଦନ ଗ୍ରହଣ କରିବା ପାଇଁ କୁହାଯାଇଛି। ଏନେଇ ପରିବହନ କମିଶନର ସଞ୍ଜୀବ ପଣ୍ଡା ଆଜି ନିର୍ଦେଶନାମା ଜାରି କରିଛନ୍ତି। ହସ୍ତଗତ ସୂଚନା ଅନୁସାରେ ଚଣ୍ଡିଖୋଲ, ବଡ଼ବିଲ୍‌, କୋରାପୁଟ, ମୟୂରଭଞ୍ଜ, ଫୁଲବାଣୀ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା ଆରଟିଓରେ ଚଳିତ ମାସ ୮ ତାରିଖରୁ ନୂଆ ଡିଏଲ୍‌ ପାଇଁ ଆବେଦନ ଗ୍ରହଣ କରାଯିବ। ସେହିପରି ଅନୁଗୋଳ, ଗଜପତି, ନବରଙ୍ଗପୁର, ବୌଦ୍ଧ, ଦେବଗଡ଼, ମାଲକାନଗିରି ଓ ଭଞ୍ଜନଗର ଆରଟିଓରେ ମଧ୍ୟ ଆବେଦନ ଗ୍ରହଣ କରିବା ପାଇଁ ପରିବହନ କମିଶନର ସମ୍ପୃକ୍ତ ଆରଟିଓଙ୍କୁ ନିର୍ଦେଶ ଦେଇଛନ୍ତି। କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ମାସରୁ ସମସ୍ତ ଆରଟିଓରେ ନୂଆ ଆବେଦନ ସହିତ ଡିଏଲ୍‌ ଏବଂ ଏଲ୍‌ଏଲ୍‌ ଟେଷ୍ଟ ବନ୍ଦ ରହିଥିଲା। ତେବେ ଗତ ମାସ ୧୮ ତାରିଖରୁ ପୁଣି ଥରେ ଡିଏଲ୍‌ ଟେଷ୍ଟ ଆରମ୍ଭ ହୋଇଛି। ଦୈନିକ ୪୦ ପ୍ରତିଶତ ସ୍ଲଟ୍ ସହିତ ଡିଏଲ୍‌ ପାଇଁ ପରୀକ୍ଷା ହେଉଛି। ତେବେ ଡିଏଲ୍‌ ସ୍ଲଟ୍ ବୁକିଂ ସ୍ଥିତି ଅନୁଧ୍ୟାନ କରିବା ପରେ ଉପରୋକ୍ତ ଆରଟିଓରେ ସ୍ଲଟ୍ ବୁକିଂ କମୁଥିବା ଦେଖାଯାଇ ଥିଲା। ଫଳରେ ଆସନ୍ତା ୮ ତାରିଖରୁ ନୂଆ ଡିଏଲ୍‌ ପାଇଁ ଆବେଦନ ଗ୍ରହଣ କରିବା ପାଇଁ ଅନୁମତି ଦିଆଯାଇଛି।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories