www.samajalive.in
Saturday, December 13, 2025
26.1 C
Bhubaneswar

ଭୁବନେଶ୍ବରଙ୍କ ସ୍ଥାନରେ ସନ୍‌ରାଇଜର୍ସରେ ପୃଥ୍ବୀ ରାଜ୍

ଦୁବାଇ: ୟୁଏଇ​‌​‌ରେ ଖେଳାଯାଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଦଳ ସନରାଇଜର୍ସ ହାଇଦରାବାଦ୍‌ ଦଳରେ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ସ୍ଥାନରେ ୨୨ ବର୍ଷୀୟ ବାମହାତୀ ଦ୍ରୁତ ବୋଲର ପୃଥ୍ବୀ ରାଜ ୟାରାଙ୍କୁ ସାମିଲ କରାଯାଇଛି। ଆଘାତପ୍ରାପ୍ତ ହୋଇ ଭୁବନେଶ୍ବର ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡ଼ିଥିବାରୁ ତାଙ୍କ ସ୍ଥାନରେ ପୃଥ୍ବୀ ରାଜ୍‌ଙ୍କୁ ସାମିଲ କରାଯାଇଥିବା ଦଳର ଟ୍ବିଟର୍‌ ଆକାଉଣ୍ଟରେ ସୂଚନା ଦିଆଯାଇଛି। ସୂଚନାଥାଉକି ଭୁବନେଶ୍ବର କୁମାର ଚେନ୍ନଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ୧୯ତମ ଓଭର ବୋଲିଂ କରିବାକୁ ଆସି ମାତ୍ର ଗୋଟିଏ ବଲ୍‌ ପକାଇ ପାରିଥିଲେ। ଜଂଘ ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ସେ ପଡ଼ିଆ ଛାଡ଼ି ଚାଲି ଯାଇଥିଲେ। ଗତ ରବିବାର ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷ ମ୍ୟାଚ୍‌ରେ ଭୁବନେଶ୍ବର ଖେଳି ନ ଥିଲେ। ପରବର୍ତ୍ତୀ ସମୟରେ ସେ ଆଇପିଏଲ୍‌ରୁ ବାଦ୍‌ ପଡ଼ିବା ନେଇ ସନ୍‌ରାଇଜର୍ସ ଦଳ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଥିଲା।

ଆନ୍ଧ୍ରପ୍ରଦେଶର ଯୁବ ଦ୍ରୁତ ବୋଲର ପୃଥ୍ବୀ ରାଜ୍‌ ବର୍ତ୍ତମାନ ସୁଦ୍ଧା ୧୧ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ୩୯ଟି ୱିକେଟ୍ ହାସଲ କରିଛନ୍ତି। ସେ ଖୁବ୍‌ଶୀଘ୍ର ୟୁଏଇ ଯାଇ ସନ୍‌ରାଇଜର୍ସ ଦଳ ଯୋଗ ଦେବେ ବୋଲି ଆଶା କରାଯାଉଛି। ଗତବର୍ଷ ପୃଥ୍ବୀ ରାଜ୍‌ ଆଇପିଏଲ୍‌ରେ କଲକାତା ନାଇଟ୍‌ ରାଇଡର୍ସରେ ସାମିଲ ଥିଲେ। ଅନ୍ୟପକ୍ଷରେ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଭୁବନେଶ୍ବର କୁମାରଙ୍କୁ ୬ରୁ ୮ ସପ୍ତାହ ଲାଗିପାରେ ବୋଲି ଆଲୋଚନା ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories