www.samajalive.in
Monday, December 15, 2025
26.1 C
Bhubaneswar

ଆଜି ଭୁବନେଶ୍ବରରୁ ପୁଣି ୧୪୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୫୪

ଭୁବନେଶ୍ବର: ଆଜି ପୁଣି ରାଜଧାନୀ ଭୁବନେଶ୍ବରରୁ ୧୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪୮ ପଜିଟିଭଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୩୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାସହିତ ୫୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ୍‍ ପଜିଟିଭ୍‍ ସଂଖ୍ୟା ୩୩,୫୧୨ରେ ପହଞ୍ଚିଥିବା ବେଳେ ୨୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୭୭ ସକ୍ରିୟ ମାମଲା ରହିଛି।

୧୧୬ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ଖଣ୍ଡଗିରିରୁ ୧୫, ପୋଖରୀପୁଟରୁ ୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପଟିଆ, ମଞ୍ଚେଶ୍ବର, ଲକ୍ଷ୍ମୀସାଗର ଓ ରସୁଲଗଡରୁ ୪ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଇଆରସି ଭିଲେଜ, ଓଲ୍ଡ ଟାଉନରୁ ଓ ନୀଳାଦ୍ରିବିହାରରୁ ୬ ଜଣ ଲେଖାଏଁ ଆାକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହିତ ନୟାପଲ୍ଲୀ, କଳ୍ପନା ଓ ବରମୁଣ୍ଡାରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖରପୁର, ବିଜେବି ନଗର, ଜୟଦେବ ବିହାର, କଳିଙ୍ଗନଗର, ବାଣୀବିହାର, ୟୁନିଟ୍‍-୩, ସୁନ୍ଦରପଦାରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଟଙ୍କପାଣିରୋ଼ଡ, ୟୁନିଟ୍‍-୧, ସିରିପୁର, ସତ୍ୟବିହାର, ଜାଗମରା, ଭିମଟାଙ୍ଗୀ, ବଡଗଡରୁ ୨ ଜଣ ଲେଖାଏଁ ସେହିପରି ଆଇଗିଣିଆ, ବାପୁଜୀନଗର, ଡମଣା, ଡୁମଡୁମା, ଗଜପତିନଗର, ପାତ୍ରପଡା, ଶୈଳଶ୍ରୀ ବିହାରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

- Advertisement -

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories