www.samajalive.in
Saturday, December 6, 2025
16.1 C
Bhubaneswar

ଯାଜପୁରରେ ୧୪୪ ଧାରା ଲାଗୁ ; ବନ୍ଦ ହେଲା ବାରୁଣୀ ମେଳା

ଯାଜପୁର : କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲା ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ୨୧ ତାରିଖରୁ ବୈତରଣୀ ନଦୀରେ ହେବାକୁ ଥିବା ବାରୁଣୀ ମେଳାକୁ ବାତିଲ କରାଯାଇଛି। ସେହିପରି ସାରା ଜିଲାରେ ହେବାକୁ ଥିବା ସମସ୍ତ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ ଲଗାଯାଇଛି। ସାରା ଜିଲାରେ ୧୪୪ ଧାରା ଲାଗୁ କରାଯାଇ କୌଣସି ଗୋଟିଏ ଜାଗାରେ ୫ରୁ ଅଧିକ ବ୍ୟକ୍ତିଙ୍କୁ ଏକାଠି ନ ହେବା ପାଇଁ ପରାମର୍ଶ ଦିଆଯାଇଛି। ସମସ୍ତ ହାଟ ଓ ବଜାର ଉପରେ ନଜର ରଖାଯାଇଛି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପାଖକୁ ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ଜିଲା ପ୍ରଶାସନ କଟକଣା ଜାରି କରିଛି। ପଂଚାୟତ ସ୍ତରରେ ଅଂଗନୱାଡି କର୍ମୀ ମାନେ ଲୋକଙ୍କୁ ସଚେତନ କରିବେ। ପ୍ରତ୍ୟେକ ପଂଚାୟତରେ ହେଲପ୍‌ଲାଇନ ଖୋଲାଯିବ ବୋଲି ଯାଜପୁରର ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହିତ ଜିଲାର କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। କରୋନା ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା ପାଇଁ ଜିଲା ସଦର ମହକୁମା ଡାକ୍ତରଖାନା ପରିସରରେ ସ୍ୱତନ୍ତ୍ର ୱାର୍ଡ ନିର୍ମାଣ ଚାଲିଛି। କରୋନା ନେଇ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତି ମାନଙ୍କ ଉପରେ ନଜର ରଖାଯିବ ଏବଂ ଆବଶ୍ୟକ ପଡିଲେ ସେମାନଙ୍କୁ ଗିରଫ କରାଯିବ ବୋଲି ଯାଜପୁର ଏସପି ସୂଚନା ଦେଇଛନ୍ତି। ଆଜି ଏନେଇ ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁରର ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣୀ ନାୟକ,ଏସପି ଚରଣ ସିଂ ମିନା, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories