ରବିବାର ମଧ୍ୟରାତ୍ରରୁ ଆଖଣ୍ଡଳମଣିଙ୍କ ମନ୍ଦିରରେ ଦର୍ଶନ ମନା : ୧୪୪ ଧାରା ଜାରୀ

ଆରଡି : ମହାମାରୀ କରୋନାର ଭୟଭୟତାକୁ ନେଇ ରବିବାର ସଂନ୍ଧ୍ୟାରେ ଭଦ୍ରକ ଜିଲା ପ୍ରଶାସନ, ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣା ଜାରୀ କରିଛନ୍ତି । ରବିବାର ମଧ୍ୟରାତ୍ରରୁ ଆସନ୍ତା ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ମଣିବାବାଙ୍କ ମନ୍ଦିରରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବା ପାଇଁ ପ୍ରଶାସନ ପକ୍ଷରୁ ନଟକା ଜାରୀ କରାଯିବା ସହ କୌଣସି ସ୍ଥାନରେ ଯେପରି ଭିଡ ପରିଲିକ୍ଷିତ ନହେବ ସେଥିପାଇଁ ସମଗ୍ର ପୀଠରେ ୧୪୪ଧାରା ଜାରୀ କରିଛି ପ୍ରଶାସନ। ଅନ୍ୟ ପଟେ ଦୈନନ୍ଦିନ ରୀତିନୀତି ଅନୁଯାୟୀ ମଣିବାବାଙ୍କର ସମସ୍ତ ନୀତିକାନ୍ତି କୋଭିଡ କଟକଣା ଅନୁଯାୟୀ କରାଯିବ ବୋଲି ସେବାୟତଙ୍କୁ ପରାମର୍ଶ ଦେଇଛି ପ୍ରଶାସନ । ତାହା ସହ ପୀଠରେ କୌଣସି ମେଳା, ମହୋତ୍ସବ, ଭଜନ ସମାହୋର ନହେବା ପାଇଁ ପ୍ରଶାସନ ପକ୍ଷରୁ କଡା ନିର୍ଦେଶ ଦିଆଯାଇଛି।

Comments are closed.