www.samajalive.in
Saturday, December 6, 2025
26.1 C
Bhubaneswar

ଶିକ୍ଷକ ନିଯୁକ୍ତିକୁ ନେଇ ତାତିଛି ପାଟନା; ୩ ଦିନ ପାଇଁ ଲାଗିଲା ୧୪୪ ଧାରା

ପାଟନା: ଶିକ୍ଷକ ନିଯୁକ୍ତିକୁ ନେଇ ତାତିଛି ପାଟନା । ବିହାରର ରାଜଧାନୀ ପାଟନାରେ ଶିକ୍ଷକ ନିଯୁକ୍ତିକୁ ନେଇ ଚାଲିଥିବା ବିରୋଧକୁ ଦୃଷ୍ଟିରେ ରଖି ଜିଲ୍ଲା ମାଜିଷ୍ଟ୍ରେଟ୍‌ ସହରର ୩ଟି ସ୍ଥାନରେ ୧୪୪ ଧାରା ଜାରି କରିଛନ୍ତି । ଗାନ୍ଧି ମଇଦାନ, ଜେପି ଗୋଲଂବର ଓ ଡାକବଙ୍ଗଳା ଛକରେ ୩ ଦିନ ପାଇଁ ୧୪୪ ଧାରା ଜାରି ହୋଇଛି । ଗତକାଲି ବିହାର ରାଜଧାନୀ ପାଟନାରେ ନିଯୁକ୍ତି ଆଶାୟୀ ଶିକ୍ଷକ ମାନେ ବିରୋଧ ପ୍ରଦର୍ଶନ କରିଥିଲେ । ସେହି ସମୟରେ ପୁଲିସ ଓ ଶିକ୍ଷକ ମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶିକ୍ଷକ ମାନଙ୍କ ଉପରକୁ ପୁଲିସର କର୍ମୀ ମାନେ ଲାଠି ଚଳାଇଥିଲେ । ସୂଚନା ମୁତାବକ ସୋମବାର ଦିନ ଡାକ ବଙ୍ଗଳା ଛକ ଠାରେ ବହୁ ସଂଖ୍ୟାରେ ଶିକ୍ଷକ ମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିହାର ଶିକ୍ଷକ ଯୋଗ୍ୟତା ପରୀକ୍ଷା ଏବଂ ସପ୍ତମ ପର୍ଯ୍ୟାୟ ପାଇଁ ଶିକ୍ଷକ ନିଯୁକ୍ତି ଦାବି କରିଥିଲେ । ଏହି ସମୟରେ ପୁଲିସ ସେମାନଙ୍କ ଉପରେ ବଳ ପ୍ରୟୋଗ କରିଥିଲା । ଅନେକ ପ୍ରାର୍ଥୀ ମଧ୍ୟ ପୁଲିସର ଲାଠି ମାଡ଼ରେ ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ ଶିକ୍ଷକଙ୍କ ଉପରେ ହେଉଥିବା ଲାଠି ଚାର୍ଜର କିଛି ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।

ଏହି ଘଟଣାକୁ ନେଇ ତେଜସ୍ୱୀ ଯାଦବ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସେହିପରି ସମୟରେ ବିରୋଧକୁ ନିୟନ୍ତ୍ରଣ କରିବାକୁ ପୁଲିସ ଲାଠି ଚାର୍ଜ କରିଥିଲା । ଘଟଣାକୁ ନେଇ ଏକ କମିଟି ଗଠନ କରାଯାଇଛି । ଏହାର ତଦନ୍ତ କରାଯିବ ।  ଯଦି ଏଡିଏମ୍ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆମେ ୧୫ ଅଗଷ୍ଟରେ ନିଯୁକ୍ତିକୁ ନେଇ ଘୋଷଣା କରିଥିଲୁ । ୧୦ଲକ୍ଷ ନିଯୁକ୍ତି ଦିଆଯିବା ନେଇ କୁହାଯାଇଥିଲା ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories