www.samajalive.in
Saturday, December 13, 2025
14.1 C
Bhubaneswar

କୁଳପତିଙ୍କୁ ବି ଛାଡିଲେନି, ଠକିନେଲେ ୧୪ ଲକ୍ଷ ଟଙ୍କା

ଡେସ୍କ: ଏବେ ରାଜ୍ୟରେ ସାଇବର ଠକେଇ ଉପରେ ପୁଲିସ ଯେତେ ଅଙ୍କୁଶ ଲଗାଇଲେ ମଧ୍ୟ, ସେମାନେ ପୁଲିସ ଠାରୁ ଦୁଇ ପାଦ ଆଗରେ। ଏମିତି ଘଟଣା ଘଟିଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ କ୍ଷେତ୍ରରେ। ସାଇବର ଠକ ଅତି ଚତୁରତାର ସହ ଭିସି ପ୍ରଫେସର ଗୀତାଞ୍ଜଳି ଦାସଙ୍କୁ ଡିଜିଟାଲ୍ ଆରେଷ୍ଟ କରି ୧୪ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି।

ଏ ବିଷୟରେ ଜାଣିବା ପରେ, କୁଳପତି ପ୍ରଫେସର ଦାସ ସାଇବର ଥାନାରେ ଏତଲା ଦାୟର କରିଛନ୍ତି। ପ୍ରଫେସର ଦାସଙ୍କ ଏତଲା ଅନୁଯାୟୀ, ଜଣେ ବ୍ୟକ୍ତି ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ପରିଚୟ ଦେଇ ତାଙ୍କୁ ଡିଜିଟାଲ ଆରେଷ୍ଟ କରାଯାଇଥିବା କହିଥିଲେ ଫଳରେ ପ୍ରଫେସର ଦାସ ସମ୍ପୃକ୍ତ ବ୍ୟକ୍ତିକୁ ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ସୂଚନା ଦେଇଥିଲେ। ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଆକାଉଣ୍ଟରୁ ୧୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories