www.samajalive.in
Saturday, December 13, 2025
14.1 C
Bhubaneswar

ଏକଲ ବିଦ୍ୟାଳୟ ପକ୍ଷରୁ ଶିକ୍ଷଣ ସାମଗ୍ରୀ ବଣ୍ଟନ 

ପାଟଣା : ପାଟଣା ବ୍ଲକ ପାଟଣା ସଞ୍ଚର କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ହନୁମାନ ଛକଠାରେ ଏକଲ ବିଦ୍ୟାଳୟର ୨୬ ଜଣ ଆଚାର୍ଯ୍ୟାମାନଙ୍କୁ ନେଇ ମାସିକ ଅଭ୍ୟାସ ବର୍ଗ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପାଟଣା ସଞ୍ଚର ସଭାପତି ସତ୍ୟାନନ୍ଦ ବେହେରା ଯୋଗ ଦେଇ ଛୋଟ ଛୋଟ ପିଲାମାନେ କିପରି ଶିକ୍ଷାରେ ଉନ୍ନତି କରିବେ ଏବଂ ସଠିକ ରୁପେ ପାଠ ପଢିବା ପାଇଁ ଆଚାର୍ଯ୍ୟମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ବୈଠକରେ ମହିଳା ସମିତିର ରଞ୍ଜିତା ମହାନ୍ତ, ଯୁବା ପ୍ରମୁଖ ବିଜୟ କୁମାର ମହାନ୍ତ ଯୋଗ ଦେଇଥିଲେ। ଏହି ଅବସରରେ ଭୁବନେଶ୍ୱର ସମିତିଙ୍କ ଅନୁଦାନ କ୍ରମେ ଆଚାର୍ଯ୍ୟାମାନଙ୍କୁ କମଳ, ଚକଖଡ଼ି,ବ୍ଲାକବୋର୍ଡ ବଣ୍ଟନ କରାଯାଇଥିଲା। ସଞ୍ଚ ପ୍ରମୁଖ ଗୀତାଞ୍ଜଳି ମହାନ୍ତ ସଭା ପରିଚାଳନା କରିଥିଲେ।

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories