www.samajalive.in
Thursday, December 11, 2025
26.1 C
Bhubaneswar

ଆମ ବସ୍‌ ଧକ୍କା ଘଟଣାରେ ଚାଳକ ଓ ସହଯୋଗୀ ନିଲମ୍ବିତ

ଡେସ୍କ: ଆମ ବସ୍‌ (ପୂର୍ବରୁ ଥିଲା ମୋ ବସ୍‌) ଧକ୍କାରେ ଆଜି ୨ ଜଣ ଆହତ ହେବା ଘଟଣାରେ କୃଟ କର୍ତୃପକ୍ଷ ଉଭୟ ଚାଲାକ ଓ ସହଯୋଗୀକୁ କାର୍ଯ୍ୟରୁ ଅନ୍ତର କରିଛନ୍ତି। ପୂର୍ବରୁ ମୋ ବସ ନାମରେ ଚାଲୁଥିବା ବସଗୁଡିକ ଦ୍ୱାରା ବହୁତ କମ ସଂଖ୍ୟକ ଦୁର୍ଘଟଣା ହେଉଥିବା ବେଳେ ଗତ କିଛି ମାସ ହେବ ଦୁର୍ଘଟଣା ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ମୁଖ୍ୟତଃ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଏଭଳି ଘଟୁଥିବା ଜଣାପଡିଛି। ଗତ କିଛିଦିନ ପୂର୍ବରୁ ଆମ ବସ ଦୁର୍ଘଟଣାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ନେତାଜୀ ସୁଭାଷ ବୋଷ ବସ ଟର୍ମିନାଲରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ସେହିପରି ଗତ ସପ୍ତାହରେ ଦୁଇ ଜଣ ବାଇକ ଆରୋହୀ ମଧ୍ୟ ଆମ ବସ ଦୁର୍ଘଟଣାରେ ଆହତ ହୋଇଥିଲେ।


ସୂଚନା ଅନୁଯାୟୀ, ଆଜି ଦିନ ୧୦ଟାରେ ମାଷ୍ଟରକ୍ୟାଣ୍ଟିନରେ ଆମ ବସ ଛିଡା ହୋଇଥିବା ବେଳେ ସେହି ବସ ଛାଇରେ ଦୁଇ ଜଣ ଯୁବକ ବସ ପାଇଁ ଅପେକ୍ଷା କରିଥିଲେ। କିନ୍ତୁ ହଠାତ ସେହି ବସଟି ତାଙ୍କ ଉପରକୁ ମାଡିଯାଇଥିଲା ଓ ଯୁବକ ଦୁଇଜଣ ବସ ତଳେ ରହିଯାଇଥିଲେ। ଆଉ କିଛି ସେକେଣ୍ଡ ଯାଇଥିଲେ ଉଭୟଙ୍କ ଜୀବନ ଚାଲିଯାଇଥାନ୍ତା। ସେଠାରେ ଉପସ୍ଥିତ ଲୋକମାନେ ହୋହାଲ୍ଲା କରିବାରୁ ବସଟି ଅଟକିଯାଇଥିଲା ଯାହା ଫଳରେ ଦୁଇଟି ଅମୁଲ୍ୟ ଜୀବନ ରକ୍ଷା ପାଇଯାଇଥିଲା। ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

- Advertisement -

ତେବେ ଏହି ଘଟଣାରେ ଅଭିଯୋଗ ହେବା ପରେ କୃଟ କର୍ତୃପକ୍ଷ ନିଜ ଦୋଷ ସ୍ୱୀକାର କରି ଉଭୟ ଡ୍ରାଇଭର ଓ ସହଯୋଗୀକୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡିଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories