ଏବେ ଦେଶରେ ୧୩ ହଜାର ୮୭୪ କଲରାପତରିଆ ବାଘ, ମଧ୍ୟପ୍ରଦେଶରେ ସର୍ବାଧିକ
ଡେସ୍କ: ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୮ରୁ ୨୦୨୨ ମଧ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟା ହଜାରେରୁ ଅଧିକ ବୃଦ୍ଧି ପାଇଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଦେଶରେ ଏବେ ୧୩ ହଜାର ୮୭୪ଟି କଲରାପତରିଆ ବାଘ ଅଛନ୍ତି। ୨୦୧୮ରେ କଲରାପତରିଆ ବାଘ ସଂଖ୍ୟା ୧୨ ହଜାର ୮୫୨ ଥିଲା। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ନୂଆଦିଲ୍ଲୀରେ ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି, ମଧ୍ୟପ୍ରଦେଶରେ ସର୍ବାଧିକ ୩୯୦୭ଟି କଲରାପତରିଆ ବାଘ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ସ୍ୱପ୍ନରେ ଏହି ସଫଳତା ହାସଲ ହୋଇଛି ବୋଲି ସେ କହିଛନ୍ତି।
Comments are closed.