www.samajalive.in
Monday, December 8, 2025
13.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଏସଆଇ ସ୍ୱାଗତିକାଙ୍କ ମୃତ୍ୟୁ ଘଟଣା… ଧୀରେ ଧୀରେ ଧାରଣ କରୁଛି ଉଗ୍ରରୂପ… ଜି. ଉଦୟଗିରି ପରେ ଖୋର୍ଦ୍ଧାରେ ଧାରଣା… ନିରାକାରପୁରରେ ଏସଆଇଙ୍କ ମୃତଦେହ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ.. ଖୋର୍ଦ୍ଧା-ପୁରୀ ନୂଆ ଜଗନ୍ନାଥ ସଡ଼କରେ ଯାତାୟାତ ଠପ୍‌… ପରିବାରକୁ କ୍ଷତିପୂରଣ ଦେବାକୁ ଦାବି…

(୨) ବିରୋଧ ପରେ ବଦଳିଲେ ଜି. ଉଦୟଗିରି ଥାନା ଆଇଆଇସି… ରେବତୀ ଶବରଙ୍କୁ ପୁଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି… ଟିକାବାଲି ଥାନା ଆଇଆଇସିଙ୍କୁ ମିଳିଲା ଜି. ଉଦୟଗିରି ଥାନା ଦାୟିତ୍ୱ… ଏସଆଇ ସ୍ୱାଗତିକାଙ୍କ ମୃତ୍ୟୁ ପରେ ଆଇଆଇସିଙ୍କ ବଦଳି ନେଇ ଲାଗି ରହିଥିଲା ଉତ୍ତେଜନା…

- Advertisement -

(୩) ମାଲକାନଗିରିରେ ଭାଇରାଲ ହେଉଛି ଓଟିଇଟି ପ୍ରଶ୍ନ ଉତ୍ତର ସିଟ୍‌… ସଂକ୍ଷିପ୍ତ ପ୍ରଶ୍ନ ସୂଚକ ୩ଟି ସେଟର ଉତ୍ତର ଭାଇରାଲ ହେବା ନେଇ ଚର୍ଚ୍ଚା… ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଡିଇଓ ମାନସ ଜେନା… କହିଲେ ପ୍ରଘଟ ହୋଇଥିବା ଉତ୍ତର ସିଟ୍‌ ଚଳିତ ବର୍ଷର କି ନୁହେଁ ଚାଲିଛି ତଦନ୍ତ… ଶିକ୍ଷକ ନିଯୁକ୍ତି ପାଇଁ ଆଜି ରାଜ୍ୟବ୍ୟାପୀ କରାଯାଉଛି ଓଟିଇଟି ପରୀକ୍ଷା…

(୪) ରାଜ୍ୟରେ କମୁଛି କରୋନା… ୨୩ ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହେଲେ ୨୨୧ ସଂକ୍ରମିତ… ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୧ଜଣ ଆକ୍ରାନ୍ତ ଥିବା ସୂଚନା…ଖୋର୍ଦ୍ଧାରୁ ସର୍ବାଧିକ ରହିଛନ୍ତି ୫୮ଜଣ ପଜିଟିଭ୍‌… ରାଜ୍ୟରେ ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୯୯୪…. ସେପଟେ ଦେଶରେ ଚିହ୍ନଟ ହେଲେ ଆଉ ୭,୫୯୧ ସଂକ୍ରମିତ…

(୫) ନୂଆଁଖାଇରେ ଚାଷୀଙ୍କୁ ମିଳିପାରେ ‘କାଳିଆ’ ଟଙ୍କା… ୪୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ପ୍ରାୟ ୮୦୦ କୋଟି ଟଙ୍କା ବଣ୍ଟନ କରିବେ ରାଜ୍ୟ ସରକାର… ଏଥିପାଇଁ ପ୍ରସ୍ତୁତି ହେଉଛି କୃଷି ବିଭାଗ…‘କାଳିଆ’ ସହାୟତା ବାବଦକୁ ଖର୍ଚ୍ଚହେବ ୧୮୭୪ କୋଟି…

(୬) ପାକିସ୍ତାନରେ ସଙ୍କଟ ଉପରେ ସଙ୍କଟ… ରାଜନୈତିକ ଓ ଅର୍ଥନୈତିକ ପରେ ଦେଖାଦେଇଛି ଜଳର ବିଭୀଷିକା… ବନ୍ୟା ଯୋଗୁ ଏଯାଏଁ ଗଲାଣି ୧,୦୩୩ଜଣଙ୍କ ଜୀବନ… ୩କୋଟିରୁ ଊର୍ଦ୍ଧ୍ଵ ଲୋକ ହୋଇଛନ୍ତି ପ୍ରଭାବିତ… ନଷ୍ଟ ହୋଇଛି ୧୦ ଲକ୍ଷ ଘର… ଖାଦ୍ୟ ଓ ପିଇବା ପାଣିପାଇଁ ଡହଳବିକଳ ହେଉଛନ୍ତି ଲୋକେ…

(୭) ଆମେରିକାର କାଲିଫର୍ନିଆରେ ଅଦ୍ଭୁତ ଘଟଣା… ପକ୍ଷୀ ପାଇଁ ଅନ୍ଧାର ହେଲା ହଜାର ହଜାର ଘର… ଘଣ୍ଟାଘଣ୍ଟା ଧରି ଲିଭିଗଲା ବିଜୁଳି ଆଲୋକ… ବିଭାଗ କହିଲା ବଦ୍ୟୁତ୍‌ ବିଭାଗର ନାହିଁ ଦୋଷ… ପକ୍ଷୀଙ୍କ ଯୋଗୁ କଟିଛି ବିଦ୍ୟୁତ୍‌.. ପ୍ରଭାବିତ ହେଲେ ୧୪ହଜାରରୁ ଅଧିକ ପରିବାର…

() ଏସିଆ କପ୍‌ରେ ପ୍ରତିଶୋଧ ନେଲା ଭାରତ.. ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କଲା ଟିମ୍‌… ପୁଣି ଥରେ ଚମକିଲେ ହାର୍ଦ୍ଦିକ ପାଣ୍ଡ୍ୟା… ଶେଷ ଓଭରରେ ଛକା ମରି ଭାରତକୁ କଲେ ବିଜୟ…  ଟିମ୍‌ ଇଣ୍ଡିଆର ଦମଦାର ବିଜୟ ପରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ…

(୯) ଇଣ୍ଡିଆର ବିଜୟ ପରେ ସବୁଠି ଖୁସିର ମାହଲ… ବାଣ ଫୁଟାଇ ବାଜା ବଜାଇ ରାସ୍ତାରେ ନାଚିଲେ କ୍ରିକେଟ୍‌ ଫ୍ୟାନ୍‌… ମୁମ୍ବାଇ ସମେତ ଭାରତର ବଡ଼ ବଡ଼ ସହରରେ ଦେଖିବାକୁ ମିଳିଲା କ୍ରିକେଟର କ୍ରେଜ୍‌… ଫ୍ୟାନ୍ସଙ୍କ ଡ୍ୟାନ୍ସ ଯୋଗୁ ସହରରେ ହେଲା ଟ୍ରାଫିକ୍‌ ଜାମ୍‌…

 

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories