ଡେରାଡୁନ : ଡେରାଡୁନର ନିକଟ ରାନୀପୋଖରୀରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶାନ୍ତିନଗରରେ ବାସ କରୁଥିବା ଜଣେ ବ୍ୟକ୍ତି ନିଜର ପରିବାରର ପାଞ୍ଚ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି।
ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଉକ୍ତ ବ୍ୟକ୍ତି ଜଣକଙ୍କ ନିଜ ଘର ବାନ୍ଦା ଉତ୍ତରପ୍ରଦେଶରେ। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ତଦନ୍ତ ଓ ଅଭିଯୁକ୍ତର ବୟାନ ରେକର୍ଡ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ। ମୃତକଙ୍କ ମଧ୍ୟରେ ୩ ଜଣ ଝିଅ, ଅଭିଯୁକ୍ତର ମାଆ ଓ ପତ୍ନୀ ରହିଛନ୍ତି। ବ୍ୟକ୍ତି ଜଣକ ଛୁରୀରେ ବାରମ୍ବାର ଆକ୍ରମଣ କରି ସଭିଁଙ୍କୁ ହତ୍ୟା କରିଛି। ବ୍ୟକ୍ତି ଜଣକ ପୂଜାପାଠ କରିବା ସହ ଶାନ୍ତ ରହୁଥିଲେ,ତେବେ ଏଭଳି ନୃଶଂସ କାଣ୍ଡ କରିବାର କାରଣ କ’ଣ ,ସେନେଇ ପୁଲିସ ତଦନ୍ତ ଜାରି ରହିଛି।



