www.samajalive.in
Saturday, December 6, 2025
14.1 C
Bhubaneswar

୨୪ ଘଣ୍ଟାରେ ୧୨୩୯ ଜଣ ବିଦେଶ ଫେରନ୍ତା ରେଜିଷ୍ଟ୍ରେସନ୍ କରିଛନ୍ତି : ସୁବ୍ରତ ବାଗଚୀ

ଭୁବନେଶ୍ବର : ସାରା ବିଶ୍ବରେ ଆତଙ୍କଖେଳାଇ ଚାଲିଥିବା ମହାମାରୀ କାରୋନା ପାଇଁ ରାଜ୍ୟ ସରକାର ସତର୍କତା ମୂଳକଭାବେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିମାନ ନେଉଛନ୍ତି। ଗତକାଲି ରାଜ୍ୟ ସରକାର ବିଦେଶରୁ ଓଡିଶା ଫେରିଥିବା ଲୋକମାନଙ୍କ ପାଇଁ ଗାଇଡଲାଇନ ଜାରି କରିଥିଲେ। ଏହି ଗାଇଡଲାଇନ ଅନୁସାରେ ମାର୍ଚ୍ଚ ୪ କିମ୍ବା ଏହା ପୂର୍ବରୁ ବିଦେଶରୁ ଆସିଥିବା ଲୋକ ୪୮ ଘଣ୍ଟା ମଧ୍ୟରେ ଏବଂ ବର୍ତ୍ତମାନ ପରିସ୍ଥିତିରେ ବିଦେଶରୁ ଓଡିଶା ଆସୁଥିବା ଲୋକ ୨୪ ଘଣ୍ଟା ମଧ୍ୟରେ ସରକାରଙ୍କୁ ସମସ୍ତ ତଥ୍ୟ ଦେବା ବାଧ୍ୟତାମୂଳକ। ବିଦେଶରୁ ଆସିଥିବା ବ୍ୟକ୍ତିମାନେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଟୋଲ୍ ଫ୍ରି ନମ୍ବର ୧୦୪ରେ କଲ୍ କରି କିମ୍ବା ଅନଲାଇନ ପୋର୍ଟାଲ COVID19.Odisha.gov.inରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରିଥିଲେ। ରାଜ୍ୟ ସରକାରଙ୍କ ଗାଇଡଲାଇନ ଜାରି କରାଯିବା ପରେ ୨୪ ଘଣ୍ଟା ମଧ୍ୟରେ ୧୨୩୯ ଜଣ ଲୋକ ସରକାରଙ୍କୁ ସେମାନଙ୍କ ତଥ୍ୟ ଦେଇଛନ୍ତି। ମଙ୍ଗଳବାର ଗୀତଗୋବିନ୍ଦ ସଦନରେ ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ଗତ କାଲି ରାଜ୍ୟସରକାର କରୋନା ଭାଇରସ ପାଇଁ ସ୍ୱତନ୍ତ୍ର ୱେବସାଇଟ ଜାରି କରିବା ପରେ ବର୍ତ୍ତମାନ ସୁଦ୍ଧା ୧୨୩୯ ୱେବସାଇଟରେ ନିଜ ନାମକରଣ ପଞ୍ଜୀକରଣ କରିଛନ୍ତି । ସେଥିମଧ୍ୟରୁ ୫୪୪ଟି ପଞ୍ଜୀକରଣ ଟେଲିଫୋନ୍ କଲ୍ ମାଧ୍ୟମରେ ହୋଇଥିବା ବେଳେ ,୬୮୫ଟି ପଞ୍ଜୀକରଣ ୱେବସାଇଟ ମାଧ୍ୟମରେ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଟୋଲ୍ ଫ୍ରି ନମ୍ବର ୧୦୪ କୁ ୧୦ ହଜାରରୁ ଅଧିକ କଲ୍ ଆସିଛି।

ଏଥି ସହିତ ଘରୋଇ ହସ୍ପିଟାଲମାନେ ଗୋଟିଏ ଲେଖାଁଏ କୋଭିଡ୍ -୧୯ ୱାଡ୍ ତିଆରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ହସ୍ପିଟାଲରେ ଅଯଥା ଲୋକ ଯା ଆସ କରିବା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ମଲ ବନ୍ଦ କରାଯାଇଛି । ହେଲେ ମଲ୍ ପୁରା ବନ୍ଦ ହେବ ନାହିଁ , ଗ୍ରୋସରୀ, ମେଡିସିନ୍, ଫୁଡ୍ ଆଇଟମ ଦୋକାନ ଖୋଲାଯିବ। ବ୍ୟାଙ୍କ ଏବଂ ଏଟିଏମ ଗୁଡିକ ହ୍ୟାଣ୍ଡ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories