www.samajalive.in
Monday, December 15, 2025
26.1 C
Bhubaneswar

ଚିନ୍ତାକଳ୍ପ: କ୍ରାନ୍ତିର ଦେଦୀପ୍ୟମାନ ଶିଖା

ସମଗ୍ର ଦେଶରେ ଇଂରେଜ ସରକାର ବିରୋଧରେ ‘ସମ୍ପୂର୍ଣ୍ଣ କ୍ରାନ୍ତି’ ପାଇଁ ଗୋପନରେ ପ୍ରସ୍ତୁତି ଚାଲିଥିଲା। ଗୋରା ସରକାରର ​‌େ​‌ଶାଷଣ, କଷଣ, ଅତ୍ୟାଚାର ସବୁ ପ୍ରକାର ସୀମାଲଙ୍ଘନ କରିସାରିଥିଲା। କ୍ରାନ୍ତିକାରୀମାନେ ନିଜ ଜୀବନ ବିନିମୟରେ ଏହାର ତୀବ୍ର ପ୍ରତିବାଦ କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ। ସେ ଦିନ ଥିଲା ୨୯ ମାର୍ଚ୍ଚ ୧୮୫୭ ମସିହା। ୩୪ତମ ବେଙ୍ଗଲ ରେଜିମେଣ୍ଟର ସିପାହି ନମ୍ବର ୧୪୪୬ ମଙ୍ଗଲ ପାଣ୍ଡେ କ୍ରାନ୍ତିର ଝଡ଼ ଭାବରେ ଉଭା ହୋଇଥିଲେ। ତାଙ୍କ ରେଜିମେଣ୍ଟର ଅନେକ ସିପାହି ଇଂରେଜ ସରକାର ବିରୋଧରେ ସଶସ୍ତ୍ର ସଂଗ୍ରାମ ନିମନ୍ତେ ପ୍ରସ୍ତୁତ ହୋଇଯାଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଇଂରେଜମାନଙ୍କ ଉପରେ ଆକ୍ରମଣ କରିବାକୁ ସାଥି ସିପାହିମାନଙ୍କୁ କହିଥିଲେ ମଙ୍ଗଲ ପାଣ୍ଡେ।

ସ​‌େ​‌ର୍ଜଣ୍ଟ ମେଜର ହୁସେନ ମଙ୍ଗଲ ପାଣ୍ଡେଙ୍କ ଗତିବିଧିରୁ ଅଘଟଣ ଆଶଙ୍କା କରି ଉଚ୍ଚସ୍ବରରେ ହିନ୍ଦୁସ୍ତାନର ସୈନିକମାନଙ୍କୁ ନିର୍ଦେଶ ଦେଇଥିଲେ ଏଭଳି ଜଣେ ଉଚ୍ଛୃଙ୍ଖଳ ସୈନିକଙ୍କୁ ବନ୍ଦୀ କରିବା ପାଇଁ ହେଲେ ସଂଗ୍ରାମୀ ହିନ୍ଦୁସ୍ଥାନର ସୈନ୍ୟମାନେ ଏହାକୁ ଅମାନ୍ୟ କରିଥିଲେ। ମେଜର ନିଜେ ଧରିବା ପାଇଁ ଆଗେଇ ଆସୁଥିବାବେଳେ ମଙ୍ଗଲ ପାଣ୍ଡେଙ୍କ ବନ୍ଧୁକର ଗୁଳି ତାଙ୍କୁ ସବୁଦିନ ପାଇଁ ଚିରନିଦ୍ରାରେ ଶୁଆଇ ଦେଇଥିଲା। ପରେପରେ ଆସିଥିଲେ ଲେଫ୍ଟନାଣ୍ଟ ବାଗ୍‌। ଘୋଡ଼ା ପିଠିରେ ବସିଥିବା ଲେଫ୍ଟନାଣ୍ଟ, ମଙ୍ଗଲ ପାଣ୍ଡେଙ୍କୁ କାବୁ କରିବାପାଇଁ ଆଗେଇ ଆସନ୍ତେ ସେ ମଧ୍ୟ ଗୁଳିର ଶିକାର ହୋଇଥିଲେ। ଦୁଇ ଇଂରେଜ ଅଫିସରଙ୍କୁ ହତ୍ୟା କରି ସେମାନଙ୍କ ହାତରେ ଧରାପଡ଼ି ଫାଶୀ ପାଇବା ଅପେକ୍ଷା ନି​‌େ​‌ଜ ନିଜକୁ ଗୁଳି କରିବା ପାଇଁ ଧରିଥିବା ବନ୍ଧୁକରୁ ଗୁଳି ଫୁଟାଇଥିଲେ। ହେଲେ ଏହା ତାଙ୍କ ଶରୀରରେ ବାଜି ନଥିଲା। ଗୋରା ପୁଲିସଙ୍କ ଦ୍ବାରା ଘଟଣାସ୍ଥଳରେ ବନ୍ଦୀ ହୋଇଥିଲେ। ସ୍ବାଧୀନତା ସଂଗ୍ରାମର ପ୍ରଥମ ଝଡ଼ କ୍ରାନ୍ତିର ନାୟକ, ପ୍ରଥମକରି ଇଂରେଜ ଶାସନ ବିରୋଧରେ ବିଦ୍ରୋହର ଅଗ୍ନି ପ୍ରଜ୍ବଳିତ କରିଥିବା, ନିର୍ଭୀକ, ସାହସୀ ମଙ୍ଗଲଙ୍କୁ ମାତ୍ର ଦିନ କେଇଟାରେ ୮ ଅପ୍ରେଲ ୧୮୫୭ରେ ଇଂରେଜ ସରକାର ଫାଶୀ ଦେଇଥିଲେ। ମଙ୍ଗଲଙ୍କୁ କ୍ରାନ୍ତିର ଅଦମନୀୟ, ଲେଲିହାନ୍‌ ଶିଖା ବୋଲି ଇଂରେଜମାନେ ବିଚାରୁଥିବାରୁ କାଳେ ବେଶୀ ଦିନ ଜେଲରେ ରହିଲେ କିଛି ବଡ଼ ଧରଣର ବିପଦ ଇଂରେଜ ସରକାର ପାଇଁ ସୃଷ୍ଟି କରିବେ, ଏଇ ଆଶଙ୍କା କରି ତାଙ୍କୁ ତୁରନ୍ତ ଫାଶୀ ଦେଇଥିଲେ। ଇଂରେଜ ସରକାର ବିରୋଧରେ ବିଦ୍ରୋହର ନାୟକ ଥିବା ମଙ୍ଗଲଙ୍କ ଅଧୁରା ସ୍ବପ୍ନ ପୂରଣ ହୋଇଥିଲା ଦୀର୍ଘ ୯୦ ବର୍ଷ ପରେ- ୧୯୪୭ ଅଗଷ୍ଟ ୧୪ ମଧ୍ୟ ରାତ୍ରରେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories