www.samajalive.in
Monday, December 8, 2025
14.1 C
Bhubaneswar

ପିପିଲି ବ୍ଲକର ୩୦ ପରୀକ୍ଷାର୍ଥୀ ଦଶମ ପରୀକ୍ଷା ଦେଲେ

ପିପିଲି : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଶ୍ରେଣୀଗୃହ (ଅଫ୍‌ଲାଇନ) ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବେଳେ ପିପିଲି ବ୍ଲକର ଫର୍ମପୂରଣ କରିଥିବା ୩୩ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଆଜି ୩୦ଜଣ ପ୍ରଥମଭାଷା ପରୀକ୍ଷା ଦେଇଛନ୍ତି । ମାଟ୍ରିକ ପରୀକ୍ଷା ପାଇଁ ପିପିଲି ବ୍ଲକର ବିଭିନ୍ନ ବିଦ୍ୟାଳୟର ୨୬ଜଣ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୭ଜଣ ଫର୍ମପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ମାଟ୍ରିକର ୨୫ଜଣ ପରୀକ୍ଷାର୍ଥୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।
ପିପିଲି ବ୍ଳକ ପାଇଁ ସ୍ଥାନୀୟ ଜବାହର ବିଦ୍ୟାପୀଠ ଠାରେ କରାଯାଇଥିବା ପରୀକ୍ଷା କେନ୍ଦ୍ରରେ କୋଭିଡ୍‌ ନିୟମ ଅନୁଯାଇ ପରୀକ୍ଷାର୍ଥୀଙ୍କ ଶରୀରର ତାପମାତ୍ରା ଯାଞ୍ଚ ଓ ବିଶୋଧନ କରାଯିବା ପରେ ପରୀକ୍ଷା କେନ୍ଦ୍ରକୁ ଛଡା ଯାଇଥିଲା । ଏହି ପରୀକ୍ଷା କେନ୍ଦ୍ରର ୩ଟି କକ୍ଷରେ ପରୀକ୍ଷାର୍ଥୀମାନେ ସାମାଜିକ ଦୂରତାରେ ବସି ପ୍ରଥମଭାଷା ପରୀକ୍ଷା ଦେଇଥିଲେ । ପରୀକ୍ଷା କେନ୍ଦ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପୁରୀ ବିଶ୍ୱମ୍ବର ବିଦ୍ୟାପୀଠର ପ୍ରଧାନଶିକ୍ଷକ ସୁଶୀଲ କୁମାର ବ୍ରହ୍ମା ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ଥିବା ବେଳେ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ପୀତବାସ ସେଠୀ ଓ ଡେପୁଟି ସୁପରିଟେଣ୍ଡେଣ୍ଟ ଶାନ୍ତିିଲତା ସାହୁ ପ୍ରମୁଖ କୋଭିଡ୍‌ ନିୟମ ପାଳନ ଓ ପରୀକ୍ଷାର ସ୍ୱଚ୍ଛତାକୁ କଡାକଡି ଭାବେ ଯାଞ୍ଚ କରିବା ସହ ପରୀକ୍ଷା ପରିଚାଳନା କରିଥିଲେ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନିୟୋଜିତ ଦୁଇଜଣିଆ ସ୍କ୍ୱାର୍ଡ (ଯାଞ୍ଚକାରୀ ଦଳ) ଏହି କେନ୍ଦ୍ରରେ ଉପସ୍ଥିତ ରହି ପରୀକ୍ଷା ପରିଚାଳନାର ତଦାରଖ କରିଥିଲେ । ପ୍ରଥମ ଦିନରେ ଆଜି ସୁରୁଖୁରୁରେ ପରୀକ୍ଷା ଶେଷ ହୋଇଥିବା ବେଳେ ଫର୍ମପୂରଣ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାଟ୍ରିକର ଜଣେ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ୨ଜଣ ପରୀକ୍ଷାର୍ଥୀ ଆଜି ଅନୁପସ୍ଥିତ ଥିବା ସୂଚନା ମିଳିଛି ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories