www.samajalive.in
Tuesday, December 9, 2025
16.1 C
Bhubaneswar

ପୁଲିସ ହାବୁଡ଼ରେ ଚୋର : ୫ ଥାନାଅଞ୍ଚଳରୁ ୧୦ ଗିରଫ

ଭୁବନେଶ୍ବର : ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଥିବା ଅପରାଧକୁ ନିୟନ୍ତ୍ରଣ କରିବା ସହ ଅପରାଧୀଙ୍କୁ ଧରିବା ପାଇଁ କମିସନରେଟ ପୁଲିସ ବିଭିନ୍ନ ଥାନାର ବଛାବଛା ଅଫିସରଙ୍କୁ ନେଇ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରିଛି। ବିଭିନ୍ନ ସ୍ଥାନରେ ଚଢଉ କରି ଶୁକ୍ରବାର ୫ ଥାନା ଅଞ୍ଚଳରୁ ୧୦ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ଚୋରି ବାଇକ ଏବଂ ୨୨ଟି ଚୋରା ମୋବାଇଲ ଫୋନ ଜବତ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ, ନୂଆପଲ୍ଲୀ ଥାନାର ଭୁବନ ମହାନ୍ତି, ରାକେଶ ସାହୁ, ବିରଞ୍ଚି କୁମାର ମୁଦୁଲି ଓ ସତ୍ୟଜିତ ମଲ୍ଲିକ। ସେମାନଙ୍କଠାରୁ ୧୬ ଟି ମୋବାଇଲ ଫୋନ ଓ ଏକ ବାଇକ ଜବତ କରିଛି। ସେହିଭଳି ବଡ଼ଗଡ଼ ଥାନା ପୁଲିସ ଗିରଫ କରିଥିବା ୩ଅଭିଯୁକ୍ତ ହେଲେ, ପି ରାମା ରାଓ, ଆଲୋକ ପରମାଣିକ ଓ ସତ୍ୟସାଗର ପ୍ରଧାନ। ସେମାନଙ୍କଠାରୁ ୫ଟି ମୋବାଇଲ ଫୋନ ଜବତ ହୋଇଛି। ଅନ୍ୟ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗାଡିରେ ଧକ୍କା ଦେଇ, ଗାଳିଗୁଲଜ କରି ଲୁହା ରଡରେ ଆକ୍ରମଣ କରି ମୋବାଇଲ ଫୋନ ଲୁଟ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ମଧ୍ୟ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ସନ୍ତୋଷ କୁମାର ବେହେରାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ଶୁକ୍ରବାର ରାତିରେ ଜୋନ-୧ ଏସିପି ମାନସ ଗଡନାୟକଙ୍କ ନେତୃତ୍ୱରେ କ୍ୟାପିଟାଲ ଥାନା ପୁଲିସ ଓ ଖାରବେଳନଗର ଥାନା ପୁଲିସ ନିଜ ନିଜ ଅଞ୍ଚଳର ବିଭିନ୍ନ ବସ୍ତିରେ ଚଢ଼ଉ କରି ୭ ଜଣଙ୍କୁ ଗିରଫ କରି ୧୫ଟି ଚୋରା ବାଇକ ଜବତ କରିଥିବା ଜଣାପଡିଛି।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories