ପିଲାଙ୍କ ୧୦ଟି ଖରାପ ଅଭ୍ୟାସ ପ୍ରତି ପିତାମାତା ହୁଅନ୍ତୁ ସାବଧାନ

ସମାଜ ଡିଜିଟାଲ ଡେସ୍କ: ଆଜିକାଲିର ପିଲାମାନଙ୍କଠାରେ ଅନେକ ଖରାପ ଅଭ୍ୟାସ ଦେଖିବାକୁ ମିଳୁଛି । ପିଲାମାନଙ୍କର ଅଭ୍ୟାସ ସେମାନଙ୍କର ବ୍ୟକ୍ତିତ୍ୱ, ଚିନ୍ତାଧାରା ଏବଂ ବ୍ୟବହାର ଉପରେ ପ୍ରଭାବ ପକାଏ । ନିୟମିତ ଅଧ୍ୟୟନ, ସୁସ୍ଥ ଖାଦ୍ୟ ଖାଇବା, ଠିକ୍‍ ସମୟରେ ଶୋଇବା ଭଳି ସକରାତ୍ମକ ଅଭ୍ୟାସ ସେମାନଙ୍କୁ ଅଧିକ ସଫଳ ଏବଂ ସନ୍ତୁଳିତ କରିଥାଏ । ସୁସ୍ଥ ଓ ସକରାତ୍ମକ ବିକାଶ ପାଇଁ ଏସବୁ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପଟେ ଅଧିକ ସମୟ ଟିଭି ଦେଖିବା, ଜଙ୍କ ଫୁଡ ଖାଇବା ଏବଂ ନିୟମିତ ବ୍ୟାୟମ ନକରିବା ଭଳି ନକରାତ୍ମକ ଅଭ୍ୟାସ ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ଶରୀରର ବିକାଶ ଉପରେ ଖରାପ ପ୍ରଭାବ ପକାଇପାରେ । ଏହି ଅଭ୍ୟାସ ସେମାନଙ୍କୁ ଅସ୍ୱାସ୍ଥ୍ୟକର ଏବଂ ଅକ୍ଷମ କରିପାରେ । ପିଲାଙ୍କୁ ସଠିକ୍‍ ଦିଗରେ ମାର୍ଗଦର୍ଶନ କରିବା ପିତାମାତାଙ୍କ କର୍ତ୍ତବ୍ୟ । ପ୍ରେରଣାଦାୟକ ଏବଂ ସକରାତ୍ମକ ଅଭ୍ୟାସ ସେମାନଙ୍କୁ ଭଲ ନାଗରିକ ଭାବେ ଗଢିବାରେ ସହାୟକ ହୋଇଥାଏ । ପିଲାଙ୍କ ଏହି ଖରାପ ଅଭ୍ୟାସକୁ ବଦଳାନ୍ତୁ . . .
ଜିଦି କରିବା: ଯଦି ଆପଣଙ୍କ ପିଲା ଅତ୍ୟଧିକ ଭାବେ ଜିଦି କରୁଛି ତେବେ ଏହି ଅଭ୍ୟାସକୁ ବଦଳାନ୍ତୁ । ସେମାନେ ଯାହା ଚାହୁଁଛନ୍ତି ସର୍ବଦା ତାହା ମିଳିବ ନାହିଁ ବୋଲି ବୁଝାନ୍ତୁ ।

ମିଛ କହିବା: ଯଦି ପିଲାଟି କୌଣସି କଥାରେ ମିଥ୍ୟା କହୁଛି ତେବେ ଏହା ଭୁଲ । ମିଥ୍ୟା କହିବା ପରେ ଯଦି ଏହାକୁ ସ୍ୱୀକାର କରୁଛି ତେବେ ଭଲ କଥା । ନଚେତ ମିଥ୍ୟା କହିବା ଭଲ ନୁହେଁ ବୋଲି ପିତାମାତା ମାନେ ପିଲାଙ୍କୁ ଶିଖାଇବା ଦରକାର ।

କ୍ରୋଧିତ ହେବା: ଯଦି ପିଲାମାନେ କ୍ରୋଧିତ ହୋଇ ଆପଣଙ୍କ ଠାରୁ ସେ ଚାହୁଁଥିବା ଜିନିଷ ଆଦାୟ କରୁଛନ୍ତି, ତେବେ ସେମାନେ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରିବା ଶିଖନ୍ତି । ସେମାନଙ୍କୁ ଶାନ୍ତ ରହିବାକୁ ଏବଂ କଥାବାର୍ତ୍ତା ଭଲ କରିବାକୁ ଶିଖାଇବା ଜରୁରୀ ।

ନିଜ କାମ ନକରିବା: ପିଲାମାନେ ଯଦି ନିଜର କାମକୁ ସଠିକ୍‍ ଭାବେ କରୁନାହାଁନ୍ତି ତେବେ ଦାୟିତ୍ୱ ସମ୍ପର୍ଣ୍ଣ ହୋଇପାରିବେ ନାହିଁ । ଠିକ୍‍ ସମୟରେ ଠିକ୍‍ କାମ କରିବା ଶିକ୍ଷ୍ୟା ଦିଅନ୍ତୁ ।

ଅନ୍ୟକୁ ଅପମାନ କରିବା: ପିଲାମାନେ ଅନ୍ୟମାନଙ୍କର ଅପମାନ କରନ୍ତି, ସେମାନଙ୍କୁ ଶିକ୍ଷା ଦେବା ଜରୁରୀ ଯେ ଏହା ଗ୍ରହଣୀୟ ନୁହେଁ, ନିଜ ଠାରୁ ବଡମାନଙ୍କ ପ୍ରତି ସମ୍ମାନ ଓ ସାନ ମାନଙ୍କୁ ସ୍ନେହ କରିବା ଭଳି ବ୍ୟବହାର ନିଶ୍ଚିନ୍ତ ଶିଖାନ୍ତୁ ।
ବିନା ଅନୁମତିରେ ଜିନିଷ ନେବା: ଯଦି ପିଲାମାନେ ବିନା ଅନୁମତିରେ କିଛି ଜିନିଷ ନିଅନ୍ତି, ତେବେ ତାହାକୁ ଚୋରି ବୋଲି କୁହାଯାଏ । ଅନ୍ୟର ଜିନିଷ ନେବା ଖରାପ ଅଭ୍ୟାସ ଏପରି ନକରିବାକୁ କୁହନ୍ତୁ । ଅନ୍ୟମାନଙ୍କ ଜିନିଷକୁ ସମ୍ମାନ କରିବାକୁ ଶିଖାନ୍ତୁ ।

ପିତାମାତାଙ୍କୁ ଅସମ୍ମାନ: ଯଦି ପିଲାମାନେ ସେମାନଙ୍କ ପିତାମାତାଙ୍କୁ ଅସମ୍ମାନ କରନ୍ତି । ତେବେ କଦାପି ଗ୍ରହଣୀୟ ନୁହେଁ ବୋଲି ସେମାନଙ୍କୁ ଶିକ୍ଷା ଦେବା ଜରୁରୀ । ପାତାମିତାଙ୍କୁ ସମ୍ମାନ କରିବା ଏବଂ ପ୍ରତିଦିନ ପ୍ରାତଃକାଳରେ ପ୍ରଣାମ କରିବା ଜରୁରୀ ବୋଲି ଶିଖାନ୍ତୁ ।

ମିଥ୍ୟା ବାହାନା କରିବା: ଯଦି ପିଲାମାନେ ମିଥ୍ୟା ବାହାନା କରନ୍ତି, ତେବେ ସେମାନଙ୍କୁ ଶିକ୍ଷା ଦେବା ଜରୁରୀ ଯେ ଏହା ଗ୍ରହଣୀୟ ନୁହେଁ । ସେମାନଙ୍କୁ ସତ୍ୟ କହିବା ଏବଂ ଜୀବନରେ ଦାୟିତ୍ୱ ଗ୍ରହଣ କରିବାର ଗୁରୁତ୍ୱ ଶିଖାନ୍ତୁ ।

ଅତ୍ୟଧିକ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର: ଯଦି ପିଲାମାନେ ଅତ୍ୟଧିକ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରନ୍ତି, ସେମାନେ ସାମାଜିକ ଭାବରେ ଅଜବ ବ୍ୟବହାର ଏବଂ ଏକାକୀ ହୋଇପାରନ୍ତି । ସେମାନଙ୍କୁ ବାହାରେ ଖେଳିବାକୁ ଏବଂ ଅନ୍ୟ ପିଲାମାନଙ୍କ ସହିତ ମିଶିବାକୁ ପ୍ରୟାସ କରନ୍ତୁ । ଖାସ କରି ପିଲାମାନଙ୍କୁ ମୋବାଇଲ ଫୋନ ବ୍ୟବହାର କରିବା ବନ୍ଦ କରାନ୍ତୁ ।

ଅତ୍ୟଧିକ ଭାବେ ପ୍ରତି ଜିନିଷ ମାଗିବା: ଯଦି ପିଲାମାନେ ଅଧିକ ଆବଶ୍ୟକ କରନ୍ତି, ସେମାନେ କଦାପି ସନ୍ତୁଷ୍ଟ ହୁଅନ୍ତି ନାହିଁ । ସେମାନଙ୍କୁ ଶିକ୍ଷା ଦେବା ଜରୁରୀ ଯେ ସେମାନେ ଯାହା ଚାହାଁନ୍ତି ତାହା ସର୍ବଦା ପାଇପାରିବେ ନାହିଁ ଏବଂ ଯାହା ପାଇଲେ ସେଥିପାଇଁ ସେମାନେ କୃତଜ୍ଞ ହେବା ଉଚିତ୍ ।

ପ୍ରତ୍ୟେକ ପିଲା ଅଲଗା ଏବଂ ବିଭିନ୍ନ ଉପାୟରେ ଶିଖନ୍ତି । ଏହି ଅଭ୍ୟାସ ଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ଧର୍ଯ୍ୟ ଏବଂ ନିଷ୍ଠା ଆବଶ୍ୟକ । ପିତାମାତାମାନେ ସେମାନଙ୍କ ପିଲାମାନଙ୍କ ସହିତ ପ୍ରେମ ଏବଂ ସମ୍ମାନ ସହିତ ମିଶିବା ଉଚିତ ଏବଂ ସେମାନଙ୍କୁ କେଉଁଟା ଭଲ, କେଉଁଟା ଖରାପ ଏବଂ ଭୁଲର ପାର୍ଥକ୍ୟ ଶିଖାଇବା ଉଚିତ୍ ।

Comments are closed.