www.samajalive.in
Wednesday, December 10, 2025
15.1 C
Bhubaneswar

କଣ୍ଟେନର ସଜାଡୁଥିବା ସମୟରେ ଚାଲିଗଲା ୩ ଜୀବନ

ରୀବା : ମଧ୍ୟପ୍ରଦେଶର ରୀବାର ସୋହାଗୀ ପାହାଡ ରାସ୍ତାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ୩୦ ନମ୍ବର ଜାତୀୟ ରାଜପଥରେ ଖରାପ ହୋଇଥିବା କଣ୍ଟେନରକୁ ମେକାନିକ୍‍ ସଜାଡିବା ସମୟରେ ଦୁର୍ଘଟଣା ଘଟିଛି। ସେହି ସମୟରେ ବ୍ରେକ ଫେଲ୍‍ ହୋଇଯିବାରୁ ଟ୍ରକଟି କଣ୍ଟେନରକୁ ଧକ୍କା ଦେଇଥିଲା। ଫଳରେ ୩ ମେକାନିକ୍‍ ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ୨ ଜଣ ଆହତ ହୋଇଛନ୍ତି।
ସୋହାଗୀ ଥାନା ପୁଲିସ କହିବାନୁଯାୟୀ, ଦୁର୍ଘଟଣା ପ୍ରାୟ ଭୋର ପ୍ରାୟ ୪ଟାରେ ହୋଇଥିଲା। ସେହି ସମୟରେ ସତନାର ପାଞ୍ଚ ମେକାନିକ୍‍ ରାସ୍ତା କଡରେ କଣ୍ଟେନର ସଜାଡୁ ଥିଲେ। ସେହି ସମୟରେ କଣ୍ଟେନରକୁ ଟ୍ରକଟି ଧକ୍କା ଦେଇଥିଲା। ଆହତଙ୍କୁ ଚିିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି। ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି ସେହି ରାସ୍ତା ଉତ୍ତରପ୍ରଦେଶରକୁ ଯୋଡୁ ଥିବା ମୁଖ୍ୟ ରାସ୍ତା। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories