ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସଦରମହକୁମା ଠାରେ ଜେ.ଏମ.ଏଫ.ସି ଅଦାଲତ ସ୍ଥାପନା , କୋଷାଗୁମୁଡ଼ା ସଦରମହକୁମା ରେ ପ୍ରସ୍ତାବିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ସ୍ଥାପନା , ଏକ ସବଟ୍ରେଜେରୀ ସ୍ଥାପନା ,ଏକ ଡିଗ୍ରୀ କଲେଜ ସ୍ଥାପନା ଏବଂ କୋଷାଗୁମୁଡ଼ା ସଦରମହକୁମା ରେ ପ୍ରସ୍ତାବିତ ଅତ୍ୟାଧୁନିକ ବସଷ୍ଟେଣ୍ଡ ନିର୍ମାଣ କରିବା ଏହି ପାଞ୍ଚ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର କୋଷାଗୁମୁଡା ବ୍ଲକ ବିଡ଼ିଓ ଙ୍କ ଜରିଆ ରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । କୋଷାଗୁମୁଡ଼ା ପଞ୍ଚାୟତ ବାସୀଙ୍କ ଅଭିଯୋଗ ଅନୁଯାଇ ମୁଖ୍ୟମନ୍ତ୍ରୀ ଏହି ସବୁ ୫ ଦଫା ଦାବି ୨୦୧୭ ରେ ପୂରଣ କରିସାରିଛନ୍ତି। ହେଲେ ଆଜି ଯାଏଁ ଦାବି ଗୁଡିକ ନାଲିଫିତା ତଳେ ଚାପି ହୋଇ ରହିବା ସହ ଉଇ ଖାଇବାକୁ ବସିଲାଣି । ସ୍ଥାନୀୟ ବ୍ଲକ ପ୍ରଶାସନ ଜନସାଧାରଣ ଙ୍କ ଏହି ଦାବି ଗୁଡିକ ମୁଖ୍ୟମନ୍ତ୍ରୀ ବିଚାରକୁ ନେବା ସହ ଶିଘ୍ର ପୁରଣ କରିବାକୁ ଦାବି କରିଛନ୍ତି । ଯଦି ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ସରକାର ଙ୍କୁ ଅସହଯୋଗ କରିବା ସହ ରାଜରାସ୍ତା କୁ ଓଲ୍ହାଇବା ସହ ପଞ୍ଚାୟତ ନିର୍ବାଚନ କୁ ବର୍ଜନ କରିବେ ଏବଂ ବ୍ଲକ ରେ ବିଧାୟକ ଓ ସାଂସଦ କୁ ମାଟି ମାଡିବାକୁ ଦିଆଯିବ ନାହିଁ ବୋଲି ରୋକଠୋକ ଜଣାଇ ଦେଇଛନ୍ତି ।
Popular Categories



