www.samajalive.in
Monday, December 8, 2025
24.1 C
Bhubaneswar

ମୁକେଶ ଅମ୍ବାନୀଙ୍କ ପରେ କିଏ ହେବେ ରିଲାଏନ୍ସର ମୁଖ୍ୟ ଜାଣନ୍ତୁ

 

ନୂଆଦିଲ୍ଲୀ – ମୁକେଶ ଅମ୍ବାନୀଙ୍କ ପରେ କିଏ ହେବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ତାହାକୁ ନେଇ ଏବେଠାରୁ ଅଟକଳ ଲାଗିଲାଣି । ନବଭାରତ ଟାଇମ୍ସ ରେ ବାହାରିଥିବା ଏକ ଖବର ଅନୁଯାୟୀ ମୁକେଶ ଅମ୍ବାନୀ ରିଲାଏନ୍ସ ସମୁହର ନେତୃତ୍ୱ ବଦଳିବା ପାଇଁ ଯାଉଥିବା କଥା ସୂଚନା ଦେଇଛନ୍ତି । ଏବେ ଯୁବାପୀଢିଙ୍କୁ ସେ ନେତୃତ୍ୱ ଦେବା କଥା କହିଛନ୍ତି । ମୁକେଶଙ୍କ ଦୁଇଜଣ ପୁଅ ଆକାଶ ଏବଂ ଅନନ୍ତ ଏବଂ ଝିଅ ଇଶା ଅମ୍ବାନୀ ।

- Advertisement -

ମଙ୍ଗଳବାରରେ ମୁକେଶ ନିଜ କମ୍ପାନୀର ବରିଷ୍ଠ ପରିଚାଳକମାନଙ୍କ ସହ କଥାବାର୍ତ୍ତା କରିଥିଲେ । ଯୁବାପୀଢିକୁ ବଡ ଦାୟିତ୍ୱ ହସ୍ତାନ୍ତର କରିବା କଥା ମୁକେଶ ଏଥିରେ ଆଲୋଚନା କରିଥିଲେ । ପ୍ରଥମର ପାଇଁ ନିଜର ଉତ୍ତରାଧିକାରୀ କିଏ ହେବ ସେ ନେଇ ମୁକେଶ ସୂଚନା ଦେଇଛନ୍ତି ।

ପିତା ଧୀରୁ ଭାଇ ଅମ୍ବାନୀଙ୍କ ଠାରୁ ମୁକେଶ ନିଜ କମ୍ପାନୀମାନଙ୍କର ଦାୟିତ୍ୱ ଗ୍ରହଣ କରିଥିଲେ । ମୁକେଶଙ୍କୁ ୬୪ ବର୍ଷ ହୋଇ ସାରିଲାଣି । ନିଜ ପିତାଙ୍କ ଜନ୍ମଦିନ ପାଳନ ଅବସରରେ ସେ ଉତ୍ତରାଧିକାରୀଙ୍କ ବିଷୟରେ କତାବାର୍ତ୍ତା କରିଛନ୍ତି ।

ଆସନ୍ତା କିଛି ବର୍ଷ ମଧ୍ୟରେ ରିଲାଏନ୍ସକୁ ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ କମ୍ପାନୀ ମାନଙ୍କ ମଧ୍ୟରେ ଗୋଟିଏ କରିବା ପାଇଁ ସେ ଲକ୍ଷ୍ୟ ରଖିଥିବା ମୁକେଶ କହିଛନ୍ତି । ସବୁଜ ଶକ୍ତି ଏବଂ ସ୍ୱଚ୍ଛ ଶକ୍ତି ସହ ପାଇକାରୀ ବା ଖୁଚୁରା ବ୍ୟବସାୟ (ରିଟେଲ୍‌) ଏବଂ ଦୂରସଂଚାର ବା ଟେଲିକମ୍‌ କ୍ଷେତ୍ରରେ କମ୍ପାନୀ ଆଗକୁ ବଢିବା ପାଇଁ ଲକ୍ଷ୍ୟ ରଖିଛି । କମ୍ପାନୀ ଏହି ସବୁ କ୍ଷେତ୍ରରେ ବହୁ ଜୋର୍‌ରେ ଆଗକୁ ବଢୁଛି ।

ବଡ ସ୍ୱପ୍ନ ଏବଂ ଅସମ୍ଭବ ଲାଗୁଥିବା କାର୍ଯ୍ୟ ଆସୁଥିବା ଲକ୍ଷ୍ୟକୁ ହାସଲ କରିବାରେ ସହାୟ ହେବ। ରିଲାଏନ୍ସରେ ଏବେ ନେତୃତ୍ୱ ପରିବର୍ତ୍ତନର ସମୟ ଆସିଛି । ଏହି ପ୍ରକ୍ରିୟା ଚାଲିଛି । ଏହି ପ୍ରକ୍ରିୟାକୁ ଜୋରସୋରରେ କରାଯାଉଥିବା କଥା ସେ ସୂଚନା ଦେଇଛନ୍ତି ।

ରିଲାଏନ୍ସରେ ଏବେ ଯୁବ ପୀଢିଙ୍କୁ ଆଗକୁ ବଢିବା ଏବଂ ବିକଶିତ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories