www.samajalive.in
Sunday, December 7, 2025
18.1 C
Bhubaneswar

ଗୋଟିଏ ଘଣ୍ଟାରେ ଲାଗିଲା ଏକଲକ୍ଷ ଚାରା : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ରେକର୍ଡ

ସୁବର୍ଣ୍ଣପୁର : ଗୋଟିଏ ଘଣ୍ଟାରେ ଏକ ଲକ୍ଷ ଚାରା ରୋପଣ କରି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ରବିବାର ଏକ ରେକର୍ଡ ସୃଷ୍ଟି କରିପାରିଛି । ବିଚାର ବିଭାଗ, ଜଙ୍ଗଲ ବିଭାଗ ଓ ସାମାଜିକ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକର ସହଯୋଗରେ ସମୂହ ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‍ ଚିତ୍ତରଞ୍ଜନ ଦାଶ ଓ ଜିଲ୍ଲାପାଳ ମନୀଷା ବାନାର୍ଜୀ ଯୋଗଦେଇ ଚାରାରୋପଣ କରିଥିଲେ।

ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ପୂର୍ବ ଚିହ୍ନିତ ପଡ଼ିଆରେ ଏକଲକ୍ଷ ଚାରା ରୋପଣ ହୋଇଥିବାରୁ ସବୁଜ ସଂକଳ୍ପ ସଫଳ ହୋଇଛି ବୋଲି ବିଚାରପତି କହିଛନ୍ତି । ଏଥିସହ ଆହୁରି ଅଧିକ ସବୁଜବଳୟ ସୃଷ୍ଟି ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । ଦିନକୁ ଦିନ ବଢ଼ୁଥିବା ତାପମାତ୍ରା, ଭୂତଳ ଜଳସ୍ତର ହ୍ରାସ ଓ ସ୍ୱଳ୍ପ ବୃଷ୍ଟିପାତକୁ ଆଖିଆଗରେ ରଖି ଏହି ସବୁ ଅଭିଯାନ ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories